Advertisment

ଅଚଳ ହୋଇଯାଉଛି ବିଏସଏନଏଲ ସେବା

ନାରାୟଣପାଟଣା (ଓଡ଼ିଶା ରିପୋର୍ଟର) ଦିନେ କି ଦୁଇ ଦିନ ନୁହେଁ। ମାସର ୧୦ରୁ ୧୫ ଦିନ ଅଚଳ ହୋଇଯାଉଛି ବିଏସଏନଏଲ ସେବା। କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ଲଗାତାର ବିଏସଏନଏଲ ସେବା ବ୍ୟାହତ ହେଉଥିବାରୁ ଅନଲାଇନ୍ କାରବାର ଠପ୍ ହୋଇଯାଉଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଲକ୍ଷ୍ମୀପୁରଠାରୁ ନାରାୟଣପାଟଣା ଘାଟି ପାହାଡ ଦେଇ ବିଛାଯାଇଥିବା କେବୁଲ ରାସ୍ତା ଉପରେ ପଡିରହୁଥିବାରୁ କେହି ଦୁର୍ବୃତ୍ତ ସେଗୁଡିକୁ କାଟି ଦେଉଥିବା […]

ଅଚଳ ହୋଇଯାଉଛି ବିଏସଏନଏଲ ସେବା

bsnl222

Advertisment

ନାରାୟଣପାଟଣା (ଓଡ଼ିଶା ରିପୋର୍ଟର) ଦିନେ କି ଦୁଇ ଦିନ ନୁହେଁ। ମାସର ୧୦ରୁ ୧୫ ଦିନ ଅଚଳ ହୋଇଯାଉଛି ବିଏସଏନଏଲ ସେବା। କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ଲଗାତାର ବିଏସଏନଏଲ ସେବା ବ୍ୟାହତ ହେଉଥିବାରୁ ଅନଲାଇନ୍ କାରବାର ଠପ୍ ହୋଇଯାଉଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଲକ୍ଷ୍ମୀପୁରଠାରୁ ନାରାୟଣପାଟଣା ଘାଟି ପାହାଡ ଦେଇ ବିଛାଯାଇଥିବା କେବୁଲ ରାସ୍ତା ଉପରେ ପଡିରହୁଥିବାରୁ କେହି ଦୁର୍ବୃତ୍ତ ସେଗୁଡିକୁ କାଟି ଦେଉଥିବା ଅଭିଯୋଗ ହେଉଛି ।

Advertisment

କେବୁଲଟି ମାଟିତଳେ ପୋତିବା ନିୟମ ଥିବାବେଳେ ରାସ୍ତା ନିର୍ମାଣ ବେଳେ ଏଗୁଡିକୁ ଠିକାସଂସ୍ଥା ବାହାର କରି ଛାଡି ଚାଲିଯାଉଛନ୍ତି । ବିଏସଏନଏଲ ଅଧିକାରୀ ବି କେବୁଲ ପୋତିବା ଦିଗରେ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ତହସିଲଦାର ଏନେଇ ବିଏସଏନଏଲ ଡିଜିଏମଙ୍କ ଦୃଷ୍ଟିକୁ ନେଇଥିବା କହିଛନ୍ତି । ସେପଟେ ଘଟଣା ନେଇ ବିଏସଏନଏଲ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe