Advertisment

କଲେଜରେ ଲାଇବ୍ରେରୀ ରହିଛି, ପିଲାଙ୍କୁ କିନ୍ତୁ ବହି ମିଳୁନି

ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ୧୨୮୦ ଓ ଯୁକ୍ତ ତିନିରେ ୧୯୪୪ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ୍‌ ୩ ହଜାର ୨୨୪ ଜଣ ପଢୁଛନ୍ତି। ୮୦ ପ୍ରତିଶତ ଛାତ୍ରଛାତ୍ରୀ ଏସ୍‌ସି/ଏସ୍‌ଟି ଓ ଗରିବ ଶ୍ରେଣୀର। ମହାବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପାଇଁ ଗୋଟିଏ ଲାଇବ୍ରେରୀ ରହିଛି।

Koraput

Koraput

Advertisment

ମହାବିଦ୍ୟାଳୟରେ ଲାଇବ୍ରେରୀ ରହିଛି। ୬୦ ହଜାରରୁ ଅଧିକ ବହି ଅଛି। ହେଲେ ପିଲାଙ୍କୁ ବହି ପଢ଼ିବାକୁ ଦିଆଯାଉନାହିଁ। ଦୁଇ ବର୍ଷ ହେଲା ଲାଇବ୍ରେରୀରେ ପଡ଼ିଛି ତାଲା! ଏପରି ଅଭିଯୋଗ ଆସିଛି କୋରାପୁଟ ସରକାରୀ ମହାବିଦ୍ୟାଳୟରୁ। ଲାଇବ୍ରେରୀରୁ ବହି ମିଳୁନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଆଦିବାସୀ ଅଧ୍ୟୁଷିତ କୋରାପୁଟ ସହରରେ ଶିକ୍ଷାର ଆଲୋକ ଜଳାଇବା ପାଇଁ ୧୯୬୮ ମସିହାରେ ଲାଣ୍ଡିଗୁଡ଼ାରେ ଏକ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ୧୨୮୦ ଓ ଯୁକ୍ତ ତିନିରେ ୧୯୪୪ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ୍‌ ୩ ହଜାର ୨୨୪ ଜଣ ପଢୁଛନ୍ତି। ୮୦ ପ୍ରତିଶତ ଛାତ୍ରଛାତ୍ରୀ ଏସ୍‌ସି/ଏସ୍‌ଟି ଓ ଗରିବ ଶ୍ରେଣୀର। ମହାବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ପାଇଁ ଗୋଟିଏ ଲାଇବ୍ରେରୀ ରହିଛି। ଯେଉଁଠାରେ ପିଲାମାନେ ବସି ବଢ଼ିବାର ବ୍ୟବସ୍ଥା ରହିଛି। ଲାଇବ୍ରେରୀରେ ୬୦ ହଜାର ବହି ରହିଛି। ହେଲେ ଦୁଃଖ ଓ ପରିତାପର ବିଷୟ ଗତ ଦୁଇ ବର୍ଷ ହେଲା ଏହି ଲାଇବ୍ରେରୀ ବନ୍ଦ ରହିଛି। ଲାଇବ୍ରେରିଆନ୍‌, ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ଓ ଜୁନିୟର ଲାଇବ୍ରେରିଆନ୍‌ ପଦବୀ ଖାଲି ପଡ଼ିଥିବାରୁ ଲାଇବ୍ରେରୀ ବନ୍ଦ ହୋଇ ପଡ଼ିଛି। ଯେଉଁଥିପାଇଁ ଛାତ୍ରଛାତ୍ରୀ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ନବୀକରଣ ନାଁରେ ଏବେ ଲାଇବ୍ରେରୀକୁ ସମ୍ପୂର୍ଣ୍ଣ ରହିଛି। ଆଗାମୀ ଦିନରେ ଲାଇବ୍ରେରୀରେ ଲାଇବ୍ରେରୀଆନ୍‌ ନିଯୁକ୍ତ ଦିଆନଗଲେ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

+୩ରେ ପଢ଼ୁଥିବା ଜଣେ ଛାତ୍ର ଗୌରହରୀ ଖିଲ କହିଛନ୍ତି, ଆମ ମହାବିଦ୍ୟାଳୟରେ ଲାଇବ୍ରେରୀ ଅଛି ବୋଲି ଜାଣିନାହୁଁ। ଆମକୁ ଲାଇବ୍ରେରୀ କାର୍ଡ ଦେଇନାହାନ୍ତି। ପଢ଼ିବା ପାଇଁ ବହି ମିଳୁନଥିବାରୁ ଆମେ ମାର୍କେଟରୁ କିଣି ପଢ଼ୁଛୁ। ଲାଇବ୍ରେରୀରୁ ବହି ମିଳିଥିଲେ ଭଲ ହୋଇଥାଆନ୍ତା ବୋଲି ଛାତ୍ର ଜଣକ କହିଛନ୍ତି।

Advertisment

ଅନ୍ୟ ଜଣେ ଛାତ୍ର ସେନାପତି ବଲପେଡା କହିଛନ୍ତି, ଲାଇବ୍ରେରୀରୁ ଆମକୁ ବହି ମିଳୁନାହିଁ। ତେଣୁ ପଢ଼ିବାରେ ବହୁ ଅସୁବିଧା ହେଉଛି। ଲାଇବ୍ରେରୀରୁ ବହି ମିଳିଥିଲେ ମୋ ପରି ଗରିବ ପିଲାମାନେ ଖର୍ଚ୍ଚାନ୍ତ ବଞ୍ଚି ଯାଇଥାଆନ୍ତେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମହାବିଦ୍ୟାଳୟର ପ୍ରିନ୍ସପାଲ୍‌ ଦୀପକ କୁମାର ପଟ୍ଟନାୟକ କହିଛନ୍ତି, ଲାଇବ୍ରେରୀ ପାଇଁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତ ହୁଅନ୍ତି। ପଦବୀ ଫାଙ୍କା ପଡିଥିବାରୁ ଏହା ଖୋଲି ପାରି ନାହିଁ ବୋଲି ଅସହାୟତା ପ୍ରକାଶ କରିଥିଲେ ଶ୍ରୀ ପଟ୍ଟନାୟକ।

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Odisha Education Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe