କୋଟିଆରେ ନିର୍ବାଚନ ଭଣ୍ଡୁର ପାଇଁ ଆନ୍ଧ୍ରର ଷଡ଼ଯନ୍ତ୍ର‍!

କୋରାପୁଟ୍ (ସୂର୍ଯ୍ୟନାରାୟଣ ପଣ୍ଡା): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ତାରିଖ। ଏଥିପାଇଁ ଜୋରଦାର ପ୍ରଚାର ମଧ୍ୟ ଚାଲିଛି। କିଛି ସ୍ଥାନରେ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। କୋଟିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ହେଲେ ସେଠାରେ ଆନ୍ଧ୍ର ପ୍ରଶାସନ ତା’ର ଏଜେଣ୍ଟଙ୍କ ମାଧ୍ୟମରେ ଏବେବି ଅନୁପ୍ରବେଶ ଜାରି ରଖିଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହାସହ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ସବୁ ସୀମା ଟପିଛି ଆନ୍ଧ୍ର […]

kotia

kotia

Ranjit Kumar Jena
  • Published: Tuesday, 08 February 2022
  • Updated: 08 February 2022, 10:05 PM IST

Sports

Latest News

କୋରାପୁଟ୍ (ସୂର୍ଯ୍ୟନାରାୟଣ ପଣ୍ଡା): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ତାରିଖ। ଏଥିପାଇଁ ଜୋରଦାର ପ୍ରଚାର ମଧ୍ୟ ଚାଲିଛି। କିଛି ସ୍ଥାନରେ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। କୋଟିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ହେଲେ ସେଠାରେ ଆନ୍ଧ୍ର ପ୍ରଶାସନ ତା’ର ଏଜେଣ୍ଟଙ୍କ ମାଧ୍ୟମରେ ଏବେବି ଅନୁପ୍ରବେଶ ଜାରି ରଖିଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହାସହ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ସବୁ ସୀମା ଟପିଛି ଆନ୍ଧ୍ର ପ୍ରଶାସନ।

ପଟାଙ୍ଗୀ ଥାନା ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚି କୋଟିଆରେ କେତେ ସରପଞ୍ଚ, କେତେ ସମିତି ସଭ୍ୟ, କେତେ ୱାର୍ଡ ମେମ୍ବର ଓ କେଉଁ ଜିଲ୍ଲା ପରିଷଦ ଜୋନରେ କିଏ କିଏ ପ୍ରତିଦ୍ୱନ୍ଦିତା କରୁଛନ୍ତି, ତାହାର ତଥ୍ୟ ଲୋଡିଛନ୍ତି ଆନ୍ଧ୍ର ସାଲୁର ସିଆଇ ଡି.ରୋହିନୀ ପତି, ରାମା ରାଓ ଓ ଈଶ୍ୱର ରାଓ ସହ ତାଙ୍କ ଟିମ୍। ତେବେ ପଟାଙ୍ଗୀ ପ୍ରଶାସନଠାରୁ ସେପରି କୌଣସି ସନ୍ତୋଷଜନକ ତଥ୍ୟ ନ ପାଇ ଏହି ଟିମ ଫେରି ଯାଇଥିବା ଜଣାପଡିଛି।

କୋଟିଆ ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରଚାର ତାତି ଜୋର ଧରିଥିବା ବେଳେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପ୍ରୟାସ କରୁଥିବା ଅଭିଯୋଗ। ଉଭୟ ଜିଲ୍ଲା ପରିଷଦ ଓ ସରପଞ୍ଚ ପାଇଁ ଏକାଧିକ ପାର୍ଥୀ ନିର୍ବାଚନ ଦୌଡ଼ରେ ଥିବାରୁ କୋଟିଆରେ ପଞ୍ଚାୟତ ନିର୍ବାଚନ ସ୍ଥିତି ଏବେ ସରଗରମ। ଗୋଟିଏ ପଟେ ସର୍ବଦଳୀୟ ପାର୍ଥୀ, ଅନ୍ୟପଟେ ସ୍ଵାଧୀନ ପାର୍ଥୀ ପ୍ରଚାର ଚଲାଇଛନ୍ତି।

କୋରାପୁଟ ଜିଲ୍ଲାର ତୁଙ୍ଗ ନେତା କୋଟିଆରେ ଇଲେକ୍ସନ ନୁହେଁ ସିଲେକ୍ସନ କରିବାକୁ ଚାହୁଁଥିଲେ। ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ଏଭଳି ରଣନୀତି ପ୍ରସ୍ତୁତ କରିଥିଲେ ସର୍ବଦଳୀୟ କମିଟି। ତେବେ ତରବରିଆ ନିଷ୍ପତ୍ତି ଏବଂ କୋଟିଆ ଅଞ୍ଚଳବାସୀଙ୍କ ସହ ଆଲୋଚନା ନକରି ପାର୍ଥୀ ଚୟନକୁ ବିରୋଧ କରି ଏକାଧିକ ସରପଞ୍ଚ ପାର୍ଥୀ ଓ ଜିଲ୍ଲା ପରିଷଦ ପାଇଁ ଜଣେ ସ୍ଵାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରି କୋଟିଆରେ ନିର୍ବାଚନ କରାଇବା ସୁନିଶ୍ଚିତ କରିବା ସହ ସର୍ବ ଦଳୀୟ କମିଟିକୁ ଚ୍ୟାଲେଞ୍ଜ କରିଛନ୍ତି କିଛି ପାର୍ଥୀ। ଗୋଟିଏ ପଟେ ସର୍ବଦଳୀୟ କମିଟିର ସ୍ଵାଧୀନ ପାର୍ଥୀ ମମତା ଜାନୀ ପ୍ରଚାର ମୈଦାନରେ ଓହ୍ଲାଇଥିବା ବେଳେ କୋଟିଆରେ ପ୍ରଚାର କରିଛନ୍ତି ସ୍ଵାଧୀନ ପାର୍ଥୀ ଟିକାଇ ଗେମେଲ।

କୋଟିଆରେ କୋରାପୁଟ ଜିଲ୍ଲା ପ୍ରଶାସନ ମତଦାନ ପାଇଁ ଯୋଜନା ଚଳାଇଥିବାବେଳେ ଆନ୍ଧ୍ର ଏଜେଣ୍ଟଙ୍କ ମାଧ୍ୟମରେ ମନମାନୀ ଜାରି ରଖିଛି। ରାସ୍ତାକଡ଼ରେ ଡିଜିଟାଲ ସେବା ପ୍ରଦାନ, ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସହ ଅନ୍ୟ ସେବା ଯୋଗାଇବାକୁ ପ୍ରତିଦିନ କାର୍ଯ୍ୟ ଜାରି ରଖିଛି। କୋଟିଆରେ ରହିଥିବା ମତଦାନକୁ ପ୍ରଭାବିତ କରିବାକୁ ଏହିମାନେ ଚେଷ୍ଟା ଜାରି ରଖିଥିବାବେଳେ କାହିଁକି ପୁଲିସ ଓ ଜିଲ୍ଲା ପ୍ରଶାସନ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନି ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଅନ୍ୟପକ୍ଷରେ ଜିଲ୍ଲାପାଳ ଏ.ଏମ୍ ଅଖତର କହିଛନ୍ତି ଯେ କୌଣସି ପରିସ୍ଥିତିରେ କୋଟିଆରେ ନିର୍ବାଚନ ବନ୍ଦ କରାଇପାରିବ ନାହିଁ। ସମ୍ବିଧାନ ଅନୁସାରେ ଏହିଠାରେ ନିର୍ବାଚନ ହେବ। ପଟାଙ୍ଗି ଆସିଥିବା ଆନ୍ଧ୍ର ପୁଲିସ ସିକ୍ୟୁରିଟି ସମ୍ବନ୍ଧରେ କହିବାରୁ ତାଙ୍କୁ ଜବାବ ଦିଆଯାଇଛି। ଆମେ ସବୁ ଦିଗକୁ ଦେଖି ପଦକ୍ଷେପ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story