Advertisment

ସର୍ବଦଳୀୟ ବୈଠକରେ ନିଷ୍ପତ୍ତି, କୋଟିଆରେ ସହମତିରେ ବଛାହେବେ ଜନପ୍ରତିନିଧି

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ପଞ୍ଚାୟତ ନିର୍ବାଚନରେ କୋଟିଆରେ ପଡ଼ିବନି ଭୋଟ୍‌। ସହମତି ଭିତ୍ତିରେ ବଛା ହେବେ ଜନପ୍ରତିନିଧି। ଆଜି ଏମିତି କିଛି ନିଷ୍ପତ୍ତି ହୋଇଛି ସର୍ବଦଳୀୟ ବୈଠକରେ, ଯେଉଁଠି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ। ବିଜେଡିର କୋରାପୁଟ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଞ୍ଚ, ସମିତି […]

ଅଦ୍ୟତନ ହୋଇଛି
ସର୍ବଦଳୀୟ ବୈଠକରେ ନିଷ୍ପତ୍ତି, କୋଟିଆରେ ସହମତିରେ ବଛାହେବେ ଜନପ୍ରତିନିଧି

koraput

Advertisment

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ପଞ୍ଚାୟତ ନିର୍ବାଚନରେ କୋଟିଆରେ ପଡ଼ିବନି ଭୋଟ୍‌। ସହମତି ଭିତ୍ତିରେ ବଛା ହେବେ ଜନପ୍ରତିନିଧି। ଆଜି ଏମିତି କିଛି ନିଷ୍ପତ୍ତି ହୋଇଛି ସର୍ବଦଳୀୟ ବୈଠକରେ, ଯେଉଁଠି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ।

Advertisment

ବିଜେଡିର କୋରାପୁଟ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବଛା ହେବେ। ଏମିତିକି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ସର୍ବସମ୍ମତିରେ ବଛା ହେବେ। ପୁଣି କେବଳ କୋଟିଆ ଅଞ୍ଚଳର ଲୋକଙ୍କୁ ହିଁ ଏହି ସବୁ ପଦ ପାଇଁ ବଛାଯିବ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି, କୋଟିଆ ମାଟିର ସୁରକ୍ଷା ପାଇଁ ଆମେ ସବୁ ଦଳ ଏକାଠି ହୋଇ ଆନ୍ଧ୍ର ପ୍ରଦେଶ ସହ ଲଢ଼ିବାକୁ ଯାଇଥିଲୁ। ଆଜି ମଧ୍ୟ ଆମେ ଏକତାର ପରିଚୟ ଦେଇଛୁ। କୋଟିଆରୁ କୌଣସି ଦଳ ଭିତ୍ତିକ ପ୍ରାର୍ଥୀଙ୍କୁ ଛିଡ଼ା କରାଯିବ ନାହିଁ। ଯେଉଁ ସବୁ ପ୍ରାର୍ଥୀ ସେଠାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ସେମାନେ କୌଣସି ଦଳରେ ରହିବେ ନାହିଁ। ଏପରିକି ସେମାନଙ୍କ ପରିବାରର କୌଣସି ସଦସ୍ୟ କୌଣସି ଦଳର ସମର୍ଥକ ହୋଇ ନଥିବେ। ନିରପେକ୍ଷ ଭାବେ ସେ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରୁ ପ୍ରାର୍ଥୀଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯିବ। କୋଟିଆ ପ୍ରସଙ୍ଗ ଉପରେ ଯେତେବେଳେ ଆଲୋଚନା ହେବ ସେମାନେ ସର୍ବଦଳୀୟ କମିଟିର ପରାମର୍ଶ ନେଇ ମତ ପୋଷଣ କରିବେ।

Advertisment

ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଛନ୍ତି, ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରାଯିବ। ଯେଉଁମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସେମାନଙ୍କୁ ବୁଝାଯିବ। ଏହା ଦ୍ୱାରା ଆନ୍ଧ୍ର ପ୍ରଦେଶକୁ ନିଶ୍ଚିତ ବାର୍ତ୍ତା ଯିବ ଯେ କୋଟିଆ ପ୍ରସଙ୍ଗରେ ଆମ ପାଇଁ ଦଳ ବଡ଼ ନୁହେଁ, ମାଟି ବଡ଼। ଆମେ କୋଟିଆକୁ ଛାଡ଼ିବୁ ନାହିଁ ବୋଲି ଯେଉଁ ଜିଦ୍‌ ରହିଛି, ସେହି ବାର୍ତ୍ତା ସେମାନଙ୍କ ପାଖକୁ ଯାଉ।

ବୈଠକରେ ଯୋଗ ଦେଇଥିବା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, ସମସ୍ତ ପ୍ରାର୍ଥୀଙ୍କୁ କୋଟିଆ ପଞ୍ଚାୟତ ଭିତରୁ ବଛା ଯିବ। କାଲି ହିଁ ସମସ୍ତ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ ଓ କାଲି ସମସ୍ତେ ନାମାଙ୍କନ ପତ୍ର ଦାଖଲ କରିବେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପିତମ ପାଢ଼ୀ, ରଘୁରାମ ପଡ଼ାଲ, ପୂର୍ବତନ ବିଧାୟକ ରାମ କାଡ଼ାମ ଓ ପ୍ରଫୁଲ୍ଲ ପାଙ୍ଗି ଉପସ୍ଥିତ ଥିଲେ।

ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ଶେଷ ଖବର ଯାଏଁ କୋଟିଆ ପଞ୍ଚାୟତରେ ଓ୍ୱାର୍ଡ ମେମ୍ବର ଲାଗି ୫ଜଣ, ସମିତି ସଭ୍ୟ ଲାଗି ଜଣେ ଓ ସରପଞ୍ଚ ପଦବୀ ଲାଗି ମୋଟ୍ ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ଏମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବା ପାଇଁ ରାଜି ହେଉଛନ୍ତି ନା ନାହିଁ, ତାହା ଏବେ ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତରେ ୨୮ଟି ରାଜସ୍ୱ ଓ ୧୨ଟି ପଡ଼ା ଗାଁ ରହିଛି। ମୋଟ୍ ୧୩ଟି ଓ୍ୱାର୍ଡରେ ଭୋଟର ସଂଖ୍ୟା ୫ ହଜାରରୁ ଅଧିକ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe