Advertisment

ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍‌

ଆଜି ନକ୍ସଲ ପ୍ରବଣ କୋରାପୁଟ ଗସ୍ତରେ ଯାଇଥିଲେ ରାଜ୍ୟ ପୁଲିସ୍‌ ଡିଜି ସୁନୀଲ ବଂଶଲ୍‌। ସୁନାବେଡା ହାଲ୍‌ ହ୍ୟାଲିପେଡ୍‌ରେ ଡିଜିଙ୍କ ହେଲିକପ୍ଟର ଅବତରଣ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା।

author-image
Manoranjan Sial
Koraput

Koraput

ନକ୍ସଲ ଦମନ ଅଭିଯାନ ଆହୁରି ଜୋରଦାର ହେବ। ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନର ସହାୟତା ନିଆଯିବ। ସେଥିପାଇଁ ପୁଲିସ୍‌ ବିଭାଗରେ ସାମିଲ ହେବ ୬ଟି ଉଚ୍ଚ ଧରଣର ଡ୍ରୋନ୍‌। କୋରାପୁଟରେ ମାଓ ସମୀକ୍ଷା ପରେ ପୁଲିସ୍‌ ଡିଜି ସୁନୀଲ ବଂଶଲ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ଆଜି ନକ୍ସଲ ପ୍ରବଣ କୋରାପୁଟ ଗସ୍ତରେ ଯାଇଥିଲେ ରାଜ୍ୟ ପୁଲିସ୍‌ ଡିଜି ସୁନୀଲ ବଂଶଲ୍‌। ସୁନାବେଡା ହାଲ୍‌ ହ୍ୟାଲିପେଡ୍‌ରେ ଡିଜିଙ୍କ ହେଲିକପ୍ଟର ଅବତରଣ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହା ପରେ ଡିଜି ଆୟୋଜିତ ମାଓ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ରାଜେଶ ପଣ୍ଡିତ, କୋରାପୁଟ ଏସ୍‌ପି ଅଭିନବ ସୋନକର, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା, ଆଇଜି ଏସ୍‌ଆର୍‌ ସତ୍ୟବ୍ରତ ଭୋଇ, କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର, ବିଏସ୍‌ଏଫ୍ ଡିଆଇଜି ସୈଲେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତି ରହିଥିଲେ।

ବୈଠକରେ ପୁଲିସ ପକ୍ଷରୁ ଚାଲିଥିବା ଅପରେସନ 'ଘର ୱାପସି' ଓ ଅପରେସନ 'ଖୋଜ'କୁ ତ୍ୱରାନ୍ୱିତ କରିବା ପାଇଁ ଡିଜି ପରାମର୍ଶ ଦେଇଥିଲେ। ଆନ୍ଧ୍ରା ଓ ଛତିଶଗଡ଼ ସୀମା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାରେ ମାଓ ଚଳ ପ୍ରଚଳ ରହିଛି। ନିକଟରେ ଗତ ମାର୍ଚ୍ଚ ୨୧ ତାରିଖରେ ଅନକାଡେଲି - ଆନ୍ଧ୍ର ବୋର୍ଡରଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ନକ୍ସଲ ଦମନ ପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରି କାର୍ଯ୍ୟ କରିବାକୁ ଡିଜି ପରାମର୍ଶ ଦେଇଥିବା କୋରାପୁଟ ଏସ୍‌ପି ଅଭିନବ ସୋନକର କହିଛନ୍ତି। ଏଥିସହ ଜିଲ୍ଲାର ଅପରାଧ ରୋକିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା ପାଇଁ ମଧ୍ୟ ବିଭିନ୍ନ ପରାମର୍ଶ ଦେଇଥିଲେ।

Advertisment

କୋରାପୁଟ୍‌ରେ ମାଓ ସମୀକ୍ଷା କରିବା ପରେ ଡିଜି କନ୍ଧମାଳ ଯାଇଥିଲେ। ନକ୍ସଲ ପ୍ରଭାବିତ ଭଣ୍ଡରଙ୍ଗୀ ଗାଁରେ ହୋଇଥିବା CRPF କ୍ୟାମ୍ପକୁ ଯାଇଥିଲେ ଡିଜି। ସେଠାରୁ ଫୁଲବାଣୀ ଆସି ରିଜର୍ଭ ପୁଲିସ ପଡ଼ିଆରେ BSF ଟ୍ୟାଗ କ୍ୟାମ୍ପକୁ ଉଦ୍‌ଘାଟନ କରିଥିଲେ। ତା’ପରେ ଫୁଲବାଣୀ ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଯାଇ ସମୀକ୍ଷା କରିଥିଲେ।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Naxal Odisha DGP Kandhamal Koraput