Advertisment

ଭାଙ୍ଗିଲେ ନାମ ଫଳକ, ବିଜେଡି ବିଧାୟକଙ୍କୁ ହେଲା ଅଣ୍ଡାମାଡ଼

ମଧ୍ୟାହ୍ନରେ କଡ଼ା ସୁରକ୍ଷା ବଳୟ ଭିତରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ୍‌ ଲୋକାର୍ପଣ ସମାରୋହକୁ ଆସୁଥିଲେ। ଲମତାପୁଟ ଛକରେ ପୂର୍ବରୁ ଛପି ରହିଥିବା ଜଣେ କଂଗ୍ରେସ କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିଥିଲା।

BJD

BJD

Advertisment

ଲୋକାର୍ପଣ ପାଇଁ ଲାଗିଥିବା ଫଳକରେ ନଥିଲା ସାଂସଦ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ। ତେଣୁ ଭାଙ୍ଗିଦେଲେ ନାମ ଫଳକ। ପୁଣି ଥରେ ଲାଗିଲା ନାମ ଫଳକ। ଆଉ ଲୋକାର୍ପଣ ପାଇଁ ବିଜେଡି ବିଧାୟକ ଆସୁଥିବା ବେଳେ ହୋଇଛି ଅଣ୍ଡାମାଡ଼। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରୁ। ଏନେଇ ଅଭିଯୋଗ ହେବା ପରେ ଫଳକ ଭାଙ୍ଗିଥିବା ଓ ଅଣ୍ଡାମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ୍‌ ଅଟକ ରଖିଛି।

Advertisment

ଲମ୍‌ତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ନୂତନ ଗୃହ ଲୋକାର୍ପଣ ହେବାର ଥିଲା। ମୁଖ୍ୟଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ତା’ ପୂର୍ବରୁ ହୋଇଛି ଫଳକ ଭଙ୍ଗା ରାଜନୀତି। ନାମ ଫଳକରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ନଥିବାରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା। ଲୋକାର୍ପଣ ପୂର୍ବରୁ ଅର୍ଥାତ ଆଜି ସକାଳେ ନାମ ଫଳକୁ ଭାଙ୍ଗି ଦିଆଯାଇଥିଲା। ଏହି ମାମଲାରେ ପୁଲିସ୍‌ ୬ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ପରେ ପ୍ରଶାସନ ପକ୍ଷରୁ ନୂଆ ଫଳକ ତିଆରି କରାଯାଇଥିଲା। ମଧ୍ୟାହ୍ନରେ କଡ଼ା ସୁରକ୍ଷା ବଳୟ ଭିତରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ୍‌ ଲୋକାର୍ପଣ ସମାରୋହକୁ ଆସୁଥିଲେ। ଲମତାପୁଟ ଛକରେ ପୂର୍ବରୁ ଛପି ରହିଥିବା ଜଣେ କଂଗ୍ରେସ କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିଥିଲା। ଗୋଟେ ପରେ ଗୋଟେ ଅଣ୍ଡା ଯାଇ ବିଧାୟକଙ୍କ କାର୍‌ରେ ବାଜିଥିଲା। ସେଠାରେ ଉପସ୍ଥିତ ଥିବା ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତା’ପରେ ବିଧାୟକ ଯାଇ ଗୃହ ଉଦ୍‌ଘାଟନ କରି ଫେରିଥିବା ଜଣାପଡ଼ିଛି।

Advertisment

ଅଣ୍ଡା ମାଡ଼ ନେଇ ରଘୁରାମ ପଡାଲ କହିଛନ୍ତି, ଆଜି ଯେଉଁ ଆକ୍ରମଣ ହୋଇଛି, ତାକୁ ଖାତିର କରୁନି। କାରଣ ପିଲା ବେଳୁ ରାଜନୀତି କରୁଛି। ବିଜୁ ବାବୁଙ୍କ ସମୟରେ ରାଜନୀତିକୁ ଆସିଛି। ମୁଁ କେବେ କାହାକୁ ଡରେନାହିଁ। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବି। ଆଉ ଲୋକଙ୍କ ପାଇଁ କାମ କରିବି। ଆମକୁ କେହି ଅଟକେଇ ପାରିବେ ନାହିଁ। ନବୀନ ପଟ୍ଟନାୟକଙ୍କ ସବୁ ଯୋଜନା ପ୍ରତ୍ୟେକ ଗାଁରେ ପହଞ୍ଚାଇବୁ ବୋଲି ଶ୍ରୀ ପଡାଲ୍‌ କହିଛନ୍ତି।

ତେବେ ଏନେଇ ଜିଲ୍ଲା କଂଗ୍ରେସର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

BjD Congress Koraput Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe