Advertisment

୧୯ ମାସ ପରେ ଖୋଲିଲା କାଗଜ କଳ, କର୍ମଚାରୀ ଖୁସ୍

ଜୟପୁର (ଟି. ଗୌରୀଶଙ୍କର): ଦୀର୍ଘ ୧୯ ମାସର ବ୍ୟବଧାନ ପରେ ଖୋଲିଲା କୋରାପୁଟ ଜିଲ୍ଲା ଜୟପୁରର ଲାଇଫ ଲାଇନ୍ କୁହାଯାଉଥିବା କାଗଜ କଳ। ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିବା ପରେ କର୍ମଚାରୀଙ୍କ ଉପରେ ଏହାର ବହୁତ ପ୍ରଭାବ ପଡିଥିଲା। ଏପରିକି ଅଢେଇ ବର୍ଷ କାଗଜ ଉତ୍ପାଦନ ବନ୍ଦ ସହ ୧୯ ମାସ ଧରି କର୍ମଚାରୀ ଛଟେଇର ପ୍ରଭାବ ବେଶ ପଡିଥିଲା। କିନ୍ତୁ ଏବେ କାଗଜ କଳ ପୁଣିଥରେ ଖୋଲିଥିବାରୁ କର୍ମଚାରୀଙ୍କ ମନରେ ନାହିଁ ନଥିବା […]

୧୯ ମାସ ପରେ ଖୋଲିଲା କାଗଜ କଳ, କର୍ମଚାରୀ ଖୁସ୍

paper-mill

Advertisment

ଜୟପୁର (ଟି. ଗୌରୀଶଙ୍କର): ଦୀର୍ଘ ୧୯ ମାସର ବ୍ୟବଧାନ ପରେ ଖୋଲିଲା କୋରାପୁଟ ଜିଲ୍ଲା ଜୟପୁରର ଲାଇଫ ଲାଇନ୍ କୁହାଯାଉଥିବା କାଗଜ କଳ। ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିବା ପରେ କର୍ମଚାରୀଙ୍କ ଉପରେ ଏହାର ବହୁତ ପ୍ରଭାବ ପଡିଥିଲା। ଏପରିକି ଅଢେଇ ବର୍ଷ କାଗଜ ଉତ୍ପାଦନ ବନ୍ଦ ସହ ୧୯ ମାସ ଧରି କର୍ମଚାରୀ ଛଟେଇର ପ୍ରଭାବ ବେଶ ପଡିଥିଲା। କିନ୍ତୁ ଏବେ କାଗଜ କଳ ପୁଣିଥରେ ଖୋଲିଥିବାରୁ କର୍ମଚାରୀଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି।

Advertisment

କାଗଜ କଳର ଆର୍ଥିକ କ୍ଷତି ଯୋଗୁ କମ୍ପାନୀ ବନ୍ଦ ହୋଇଥିଲା। ଯେଉଁକାରଣରୁ ସେଠାରେ କାର୍ଯ୍ୟରତ କର୍ମଚାରୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କମ୍ପାନୀ ବନ୍ଦକୁ ନେଇ କର୍ମଚାରୀ ଆନ୍ଦୋଳନ କରିବା ସହ ପ୍ରଶାସନର ଦ୍ୱାରସ୍ଥ ହେବା ସହ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ସହ କମ୍ପାନୀ କର୍ତ୍ତୃପକ୍ଷ, କର୍ମଚାରୀ ସଂଘ, ସ୍ଥାନୀୟ ବିଧାୟକଙ୍କ ମିଳିତ ଆଲୋଚନା ପରେ କମ୍ପାନୀର ଖୋଲିବା ବାଟ ଫିଟିଥିଲା।

ଏହି କାଗଜ କଳକୁ ଏକ ଘରୋଇ କମ୍ପାନୀ ମଦର ଆର୍ଥ ରିସୋର୍ସ ପ୍ରାଇଭେଟ ଲିମିଟେଡ୍ ହାତକୁ ନେଇଛି। ଯେଉଁ କାରଣରୁ ଆଜିଠାରୁ କର୍ମଚାରୀମାନେ କମ୍ପାନୀକୁ ପ୍ରବେଶ କରିଛନ୍ତି। ଦୀର୍ଘ ୧୯ମାସ ପରେ କମ୍ପାନୀ ମଧ୍ୟକୁ କର୍ମଚାରୀ ପ୍ରବେଶ କରିବା ପରେ କର୍ମଚାରୀମାନେ ବହୁତ ଖୁସି ହୋଇଛନ୍ତି।

Advertisment

ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି ଯେ ଦୀର୍ଘ ଦିନ ପରେ କମ୍ପାନୀ ଖୋଲିଥିବାରୁ ଆମେ ବହୁତ ଖୁସି। ତେବେ କମ୍ପାନୀ ଉପରେ ଯେଉଁ ବକେୟା ଟଙ୍କା ଅଛି, ତା ଉପରେ ଆଲୋଚନା ହେବା ପରେ କିଛି ବାଟ ବାହାରିବ। ତେବେ ଆମ ପାଇଁ ଭିତରକୁ ଏଣ୍ଟ୍ରୀ କରିବା ବଡ଼ କଥା।

କାର୍ଯ୍ୟକାରୀ କମିଟି ୟୁନିୟନର ପ୍ରତିନିଧି କହିଛନ୍ତ ଯେ ସବୁ କର୍ମଚାରୀକୁ କମ୍ପାନୀ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିଥିବାରୁ ବହୁତ ଖୁସି। କମ୍ପାନୀ ଚଳାଇବା ନେଇ ଆମେ ଦୀର୍ଘଦିନ ଧରି ଦାବି କରିଆସୁଥିଲୁ। ହେଲେ ମ୍ୟାନେଜମେଣ୍ଟ ଆମକୁ ଭୁଆଁ ବୁଲାଉଥିଲା। ଯାହା ପରେ ଆମେ ଶ୍ରମ କମିଶନରଙ୍କ ହସ୍ତକ୍ଷେପ ଲୋଡ଼ିଥିଲୁ। ବିଶେଷକରି ଜୟପୁର ବିଧାୟକଙ୍କୁ ମଧ୍ୟ ଅନୁରୋଧ କରିଥିଲୁ। ଯାହା ଫଳରେ ମ୍ୟାନେଜମେଣ୍ଟ ପୁଣିଥରେ ସମସ୍ତ କର୍ମଚାରୀକୁ କାମକୁ ଆଣିବାକୁ ବାଧ୍ୟ ହୋଇଥିଲା। ବର୍ତ୍ତମାନ ୪୦-୫୦ ପ୍ରତିଶତ ମେଣ୍ଟେନାନ୍ସ କାମ ସରିଥିବା ବେଳେ ଆଉ କିଛି ବାକି ରହିଛି। ବକେୟା ଦରମାକୁ ନେଇ ଶ୍ରମ ବିଭାଗରେ ଆମର ମାମଲା ବିଚାରଧୀନ ରହିଛି। ଏହାଛଡ଼ା ପେନସନ୍, ବୋନସ୍, ପିଏଫ୍ କେମିତି କର୍ମଚାରୀମାନଙ୍କୁ ମିଳିବ, ସେ ନେଇ ଆମେ ଦାବି କରିଛୁ।

ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ୨୦୨୦ରୁ କମ୍ପାନୀ ବନ୍ଦ ପଡ଼ି ରହିଛି। ଏହାରି ଭିତରେ କିଛି କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ବେଳେ ପାଖାପାଖି ୧୭ ମାସର ଦରମା ମଧ୍ୟ ବକେୟା ରହିଛି। ହେଲେ ଏବେ କମ୍ପାନୀ ପୁଣିଥରେ ଖୋଲିଥିବାରୁ କର୍ମଚାରୀଙ୍କ ଖୁସି ନକହିଲେ ସରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe