5bn
ଲମତାପୁଟ୍ (ଓଡ଼ିଶା ରିପୋର୍ଟର) ନକଲି ସାମ୍ବାଦିକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କଲା ବେଳେ ଧରିଲା ପୁଲିସ। କୋରପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ୍ ପୋଲିସ ମିଳିତ ଚଢାଉ କରି ଟିକାପୁଟ ଅଞ୍ଚଳରୁ ଜଣେ ଗଞ୍ଜେଇ ଚାଲାଣକାରୀ ସହ ତାର ଜଣେ ସହଯୋଗୀକୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୨୯କେଜି ଗଞ୍ଜେଇ ସହ ବାଇକ୍ ଜବତ କରିଛି । ନନ୍ଦପୁର SDPOଙ୍କ ନେତୃତ୍ୱରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଜଳାପୁଟ ଅ଼ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମିର୍ଯାପୁରର ସୁଶାନ୍ତ ଦୁର୍ଗା ଓ ଅନିଲ ସାଗର। ପୁଲିସ ଶୁଶାନ୍ତ ଦୁର୍ଗାଙ୍କ ଠାରୁ ଏକ ନକଲି ସାମ୍ବାଦିକ ପରିଚୟ ପତ୍ର ପାଇଛି। ଏ ନେଇ ତଦନ୍ତ ପେ ଦୁଇ ଅବିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/5bn-1.jpg)