Advertisment

ପୁଲିସ୍ ଜବତ କରିଥିଲା ଗାଡ଼ି, ନିଆଁ ଲଗାଇଦେଲେ ଦୁର୍ବୃତ୍ତ

fire set in vehicles seized by police ଆଜି ସକାଳେ ହଠାତ୍‌ ଉକ୍ତ ପଡ଼ିଆ ଭିତରେ କିଛି ଗାଡ଼ି ଜଳୁଥିବା ଦେଖିବାକୁ ମିଳିଲା। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିବା ବେଳେ ପୁଲିସ୍‌ ପହଞ୍ଚିଥିଲା।

author-image
Niharika Rout
Fire Mishap

Fire Mishap

ପୁଲିସ୍‌ ଜବତ କରିଥିଲା ଗାଡ଼ି। ମାତ୍ର ସେଥରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଫଳରେ ହୁତୁହୁତୁ ହୋଇ ଜଳିଗଲା ୬ଟି ଗାଡ଼ି। ସେଥି ମଧ୍ୟରେ ୪ଟି କାର୍‌ ଓ ୨ ଟି ଅଟୋ ଥିବା ଜଣାଯାଇଛି। କୋରାପୁଟ ସହର ଭିତରେ ଥିବା ବସ୍‌ଷ୍ଟାଣ୍ଡ ଓ ଟାଉନ ଥାନା ନିକଟରେ ଥିବା ପୁରୁଣା ହକି ପଡ଼ିଆ ଭିତରେ ଥିବା ଆଜି ସକାଳୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

କୋରାପୁଟ ଟାଉନ ଥାନା ପୁଲିସ୍‌ ଜତବ କରୁଥିବା ଗାଡ଼ିକୁ ହକି ପଡ଼ିଆ ଭିତରେ ରଖାଯାଇଥାଏ। ଏଠାରେ ଶହ ଶହ ଗାଡ଼ି ଖତ ଖାଉଛି। ଆଜି ସକାଳେ ହଠାତ୍‌ ଉକ୍ତ ପଡ଼ିଆ ଭିତରେ କିଛି ଗାଡ଼ି ଜଳୁଥିବା ଦେଖିବାକୁ ମିଳିଲା। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିବା ବେଳେ ପୁଲିସ୍‌ ପହଞ୍ଚିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ୬ଟି ଗାଡ଼ି ହୁତୁହୁତୁ ହୋଇ ଜଳୁଥିବା ଦେଖି ନିଆଁ ଲିଭା କାମ ଆରମ୍ଭ କରିଥିଲେ। ବହୁ ପ୍ରଚେଷ୍ଠା ପରେ ଗାଡ଼ିଗୁଡ଼ିକରୁ ନିଆଁକୁ ଆୟତ କରାଯାଇଥିବା ବେଳେ ତାହା ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖାଯାଇଛି। ହେଲେ ନିଆଁ ବେଶି ବ୍ୟାପି ନ ଥିବାରୁ ବେଶି କ୍ଷୟକ୍ଷତି ହୋଇନି ।

ଘଟଣା ସ୍ଥଲରେ ଟାଉନ ଥାନା ଆଇଆଇସି କୋରାପୁଟ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ କିଏ ନିଆଁ ଲଗାଇଲା ଏହା ପଛର କାରଣ କ’ଣ ତାହାର ତଦନ୍ତ କରୁଛି ପୁଲିସ୍‌  

Advertisment
Koraput Fire Accident Fire Mishap