Advertisment

ଅସଲି ଚାକିରି ପାଇଁ ଦେଇଥିଲେ ନକଲି ସାର୍ଟିଫିକେଟ, ଧରାପଡ଼ିଗଲେ

ଉତ୍ତରପ୍ରଦେଶରୁ ଏହି ଜାଲ ସାର୍ଟିଫକାଟ ଆସିଥିବା ପୁଲିସ ସୂଚନା ପାଇଛି। ଏହି ଜାଲ ସାର୍ଟିଫିକେଟ ଚେର ଉତ୍ତରପ୍ରଦେଶକୁ ଲମ୍ବିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Arrested person

Arrested person

Advertisment

ପୋଷ୍ଟ ଅଫିସରେ ଚାକିରି କରିବା ପାଇଁ ଜାଲ ସାର୍ଟି ଫିକେଟ ଦେଇଥିଲେ। ଯାଞ୍ଚ ବେଳେ ଧରାପଡ଼ିବା ପରେ ୪ ଜଣ ଆଶାୟୀଙ୍କୁ ବାନ୍ଧିଲା ପୁଲିସ। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। 

Advertisment

ଗିରଫ ଅଭିଯୁକ୍ତ ମାନେ ହେଲେ ନବରଙ୍ଗପର ଜିଲ୍ଲା ରାଇଘରର ଗୋପାଳ କୃଷ୍ଣ ପଟ୍ଟନାୟକ, କୋରାପୁଟ ଲୁଲୁ ପଦରର ସାରଥି ହଲବା, ନବରଙ୍ଗପୁରର ଦାମି ହରିଜନ ଓ ମାଲକାନଗିରିରର କିଶୋରଖରା। କୋରାପୁଟ ପୋଷ୍ଟଲ ଡିଭିଜନରେ ଜୟପୁର ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ ଏମାନେ ଗିରଫ ହୋଇଛନ୍ତି।

ସୂଚନାଅନୁସାରେ, କୋରାପୁଟ ପୋଷ୍ଟଲ ଡିଭିଜନରେ ଜୟପୁର ଗ୍ରାମୀଣ ଡାକ ସେବାରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଓ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦବୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ଏହି ନିଯୁକ୍ତିରେ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ନଥିଲା। ସାର୍ଟିଫିକେଟ ଯାଞ୍ଚ ପରେ ଯେଉଁ ମାନେ ଚୟନ ହେବେ ତାଙ୍କୁ ନିଯୁକ୍ତି ମିଳିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଥିଲା। ଏଥିପାଇଁ ବିଭିନ୍ନ ଜିଲ୍ଲାର ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିଥିଲେ। ଜାଲ ସାର୍ଟିଫିକେଟ ଗିରଫ ହୋଇଥିବା ୪ ଅଭିଯୁକ୍ତ ମାନେ ମଧ୍ୟ ଆବେଦନ କରିଥିଲେ। ଏଥିରେ ୩୦ଜଣ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ପରେ ସେମାନଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ସେଥିରୁ୨୨ ଜଣ ଅଶାୟୀ ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା। ପରେ ସେମାନକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା।

Advertisment

ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗରେ କୋରାପୁଟ ପୋଷ୍ଟାଲ ଡିଭିଜନର ସୁପରିଟେଣ୍ଡେଣ୍ଟ ୨୨ ଜଣଙ୍କ ନାଁରେ ଜୟପୁର ଥାନାରେ ମାମଲା ରୁଜୁ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଗତକାଲି ୪ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଖୋଳତାଡ ଆରମ୍ଭ କରିଛି। ଜାଲ ସାର୍ଟିଫିକେଟ ଚେର କେଉଁଠି ଲମ୍ବିଛି, ଏହା ପଛରେ କେଉଁମାନଙ୍କର ହାତ ରହିଛି ପୁଲିସ୪ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

ଉତ୍ତରପ୍ରଦେଶରୁ ଏହି ଜାଲ ସାର୍ଟି ଫିକେଟ ଆସିଥିବା ପୁଲିସ ସୂଚନା ପାଇଛି। ଏହି ଜାଲ ସାର୍ଟିଫିକେଟ ଚେର ଉତ୍ତରପ୍ରଦେଶକୁ ଲମ୍ବିଥିବା ଜଣାପଡ଼ିଛି।

Odisha Police Koraput Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe