Advertisment

ଇରିଗେସନ୍ କଲୋନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର

ବୋରିଗୁମ୍ମା ସ୍ଥିତ ଇରିଗେସନ କଲୋନୀରେ ଏକ ଘରେ କିଛି ଗଞ୍ଜେଇ ମାଫିଆ ରହୁଥିବା ଓ ସେମାନେ ଏକ ପିକ୍‌ଅପ୍ ଗାଡ଼ିରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହୋଇଥିବା ନେଇ ପୁଲିସ୍ ପାଖରେ କୌଣସି ସୂତ୍ରରୁ ଖବର ପହଞ୍ଚିଥିଲା।

ଅଦ୍ୟତନ ହୋଇଛି
Seized Ganja

Seized Ganja

Advertisment

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଇରିଗେସନ କଲୋନୀର ଏକ ଘର ନିକଟରୁ ପୁଲିସ୍ ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ସହିତ ଏକ ପିକ୍‌ଅପ୍ ଗାଡ଼ି (ଏଥିରେ ଗଞ୍ଜେଇ ବୋଝେଇ ହୋଇ ରହିଥିଲା) ଓ ଗୋଟିଏ ମାଉଜର ଜବତ କରିଛି ପୁଲିସ୍‌। ତେବେ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି।

Advertisment

ବୋରିଗୁମ୍ମା ସ୍ଥିତ ଇରିଗେସନ କଲୋନୀରେ ଏକ ଘରେ କିଛି ଗଞ୍ଜେଇ ମାଫିଆ ରହୁଥିବା ଓ ସେମାନେ ଏକ ପିକ୍‌ଅପ୍ ଗାଡ଼ିରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହୋଇଥିବା ନେଇ ପୁଲିସ୍ ପାଖରେ କୌଣସି ସୂତ୍ରରୁ ଖବର ପହଞ୍ଚିଥିଲା।

ଏହା ପରେ ଜୟପୁର ଓ ବୋରିଗୁମ୍ମା ପୁଲିସ୍ ମିଳିତ ଭାବେ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଉକ୍ତ ପିକ୍‌ଅପ୍ ଭ୍ୟାନ୍‌ରୁ ୧୧୪୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ତେବେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ବିଫଳ ହୋଇଥିଲେ। ଗଞ୍ଜେଇ ମାଫିଆମାନେ ସେଠାରେ ଥିବା ଏକ ଘରେ ଭଡ଼ାରେ ରହୁଥିଲେ। ଘରମାଲିକଙ୍କ ଠାରୁ ସବିଶେଷ ତଥ୍ୟ ସଂଗ୍ରହ କରି ପୁଲିସ୍ ଫେରାର ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଉଦ୍ୟମ କରୁଛି।

Advertisment
Odisha Police Koraput Ganja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe