Advertisment

ଗୁଣିଗାରେଡ଼ି ସନ୍ଦେହରୁ ପରିବାର ଛାରଖାର: ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଙ୍ଗିଆ ଚୋଟ

ଧନିବାଲସା ଗାଁରେ ଗତ ୫ ମାସ ମଧ୍ୟରେ ପାଞ୍ଚ ଜଣକ ମୃତ୍ୟୁ ଘଟିସାରିଛି । ଗତ ଶୁକ୍ରବାର ଉକ୍ତ ଗ୍ରାମର ବଳରାମ ଖରାଙ୍କ ମୃତ୍ୟୁ ଘଟିଥିଲା। ମହାଦେବ ଗୁଣିଗାରେଡି କରୁଥିବା ସନ୍ଦେହରେ ଗ୍ରାମବାସୀ ଗତକାଲି ସଂଘବଦ୍ଧଭାବେ ତାଙ୍କୁ ଟାଙ୍ଗିଆରେ ହାଣିଥିଲେ।

Murder

Murder

Advertisment

ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲା ମୁଣ୍ଡ । ଅନ୍ଧବିଶ୍ୱାସରୁ ରକ୍ତପାତ ହେବା ସହ ଛାରଖାର ହୋଇଗଲା ପରିବାର । ଏପରି ଏକ ଦୁଃଖଦ ଘଟଣା କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ  ଧନିବାଲସା ଗାଁରେ ଘଟିଛି। ଗୁଣିଗାରେଡି କରୁଥିବା ସନ୍ଦେହରେ ଧନିବାଲସା ଗ୍ରାମର ମହାଦେବ ଖରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଗ୍ରାମବାସୀ। ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିବା ମହାଦେବ ଖରାଙ୍କ ପତ୍ନୀ ମଙ୍ଗୁଳି ଖରା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଧନିବାଲସା ଗାଁରେ ଗତ ୫ ମାସ ମଧ୍ୟରେ ପାଞ୍ଚ ଜଣକ ମୃତ୍ୟୁ ଘଟିସାରିଛି । ଗତ ଶୁକ୍ରବାର ଉକ୍ତ ଗ୍ରାମର ବଳରାମ ଖରାଙ୍କ ମୃତ୍ୟୁ ଘଟିଥିଲା। ମହାଦେବ ଗୁଣିଗାରେଡି କରୁଥିବା ସନ୍ଦେହରେ ଗ୍ରାମବାସୀ ଗତକାଲି ସଂଘବଦ୍ଧଭାବେ ତାଙ୍କୁ ଟାଙ୍ଗିଆରେ ହାଣିଥିଲେ।

ସ୍ୱାମୀଙ୍କ ଉପରେ ମରଣାନ୍ତକ ହେଉଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ଯାଇ ପତ୍ନୀ ମଙ୍ଗୁଳି ବି ଆକ୍ରମଣର ଶିକାର ହେଲେ। ଗ୍ରାମବାସୀଙ୍କ ଆକ୍ରମଣରେ ମହାଦେବଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିଥିବା ବେଳେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ମଙ୍ଗୁଳିଙ୍କ ହାତରେ ବି ଗଭୀର ଚୋଟ ଲାଗିଛି।

Advertisment

ପରିବାର ଲୋକେ ଏନେଇ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।

Murder Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe