Advertisment

ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଲାଲ ବାହାଦୂର ଦର୍ଜିକୁ ଗିରଫ କରିଛି ମହିଳା ଥାନା ପୁଲିସ। ପୁଲିସ୍ ତାକୁ ଅନେକାଡେଲି ଅଞ୍ଚଳରୁ ଗିରଫ କରିଥିଲା। ତା’ ପାଖରୁ ଦେଶୀ ବନ୍ଧୁକ ଜବତ କରାଯାଇଛି। ଲାଲ ବାହାଦୂର ନାଁରେ ୧୮ଟି ମାମଲା ରହିଛି। ଏହା ପୂର୍ବରୁ ଗତ ୪ ତାରିଖରେ ପୁଲିସ୍ ଅନ୍ୟତମ ଅଭିଯୁକ୍ତ ମିନ ବାରିକକୁ ଗିରଫ କରିଥିଲା। ଏବେ ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଖୁବ ଶୀଘ୍ର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

koraput

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଲାଲ ବାହାଦୂର ଦର୍ଜିକୁ ଗିରଫ କରିଛି ମହିଳା ଥାନା ପୁଲିସ। ପୁଲିସ୍ ତାକୁ ଅନେକାଡେଲି ଅଞ୍ଚଳରୁ ଗିରଫ କରିଥିଲା। ତା’ ପାଖରୁ ଦେଶୀ ବନ୍ଧୁକ ଜବତ କରାଯାଇଛି। ଲାଲ ବାହାଦୂର ନାଁରେ ୧୮ଟି ମାମଲା ରହିଛି। ଏହା ପୂର୍ବରୁ ଗତ ୪ ତାରିଖରେ ପୁଲିସ୍ ଅନ୍ୟତମ ଅଭିଯୁକ୍ତ ମିନ ବାରିକକୁ ଗିରଫ କରିଥିଲା।

Advertisment

ଏବେ ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଖୁବ ଶୀଘ୍ର ଚାର୍ଜଶିଟ୍ ଦାଖଲ କରାଯିବ ବୋଲି କହିଛନ୍ତି ଜୟପୁର SDPO। ଏସଡିପିଓ କହିଛନ୍ତି, ଆମେ ୪ ତାରିଖରେ ପ୍ରଥମ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲୁ। ତେବେ ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତକୁ ଆଜି ସକାଳୁ ଅନେକାଡେଲି ଅଞ୍ଚଳରୁ ଗିରଫ କରିଛୁ। ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା କରାଯିବ। ଯାହା ପରେ ତାକୁ କୋର୍ଟ ଚାଲାଣ କରାଯିବ।

ଏସପିଡିଓ ଆହୁରି କହିଛନ୍ତି ଯେ ଏହି ମାମଲା ପାଇଁ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଆଇଟି ଗଠନ କରାଯାଇଥିଲା। ଯେଉଁଥିରେ ସେ ତଦନ୍ତକାରୀ ଅଧିକାରୀ ଥିବା କହିଛନ୍ତି। ଏହାଛଡ଼ା ଦୁଇଜଣ ଇନ୍ସପେକ୍ଟର ମଧ୍ୟ ଥିଲେ। ଏମାନଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ବାହାର ରାଜ୍ୟ ଯଥା ବିହାର ଠାରୁ ଝାଡ଼ଖଣ୍ଡ ଯାଏ ଚଢ଼ାଉ କରାଯାଇଥିଲା। ସେହି ଚଢ଼ାଉ ବେଳେ ଅନ୍ୟଜଣେ ଫେରାର ଅଭିଯୁକ୍ତ ଗିରଫ ହୋଇଥିଲା। ଆଜି ଗିରଫ ହୋଇଥିବା ଅଭିଯୁକ୍ତ ନାଁରେ ୧୮ରୁ ଅଧିକ ମାମଲା ରହିଥିବା ଏସଡିପିଓ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଡିସେମ୍ବର ୨୪ ତାରିଖରେ ସ୍ୱାମୀଙ୍କୁ ବନ୍ଧୁକ ମନୁରେ ରଖାଯାଇ ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଆଉ ମହିଳାଙ୍କ ଆଗରେ ତା’ର ତିନି ବର୍ଷର ଶିଶକୁ ମାରପିଟ୍ ମଧ୍ୟ କରାଯାଇଥିଲା। ଯାହାକୁ ଚାରିଆଡ଼ୁ ନିନ୍ଦା କରାଯାଇଥିଲା। ଏ ଘଟଣାକୁ ନେଇ ପୀଡିତା ମହିଳାଙ୍କ ପରିବାର ପକ୍ଷରୁ ପରଦିନ ଅର୍ଥାତ୍ ୨୫ ତାରିଖରେ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏପରିକି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲେ।