Advertisment

ଧମକ ଦେଲେ ତାରା ବାହିନୀପତିଙ୍କ ପତ୍ନୀ

କୋରାପୁଟ(ଓଡ଼ିଶା ରିପୋର୍ଟର) କୋରପୁଟ କଂଗ୍ରେସରେ କନ୍ଦଳ। କଂଗ୍ରେସରୁ ଇସ୍ତଫା ଧମକ ଦେଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଲେ। କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବା କହିଲେ ମିନାକ୍ଷୀ। ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ। ହେଲେ […]

ଅଦ୍ୟତନ ହୋଇଛି
ଧମକ ଦେଲେ ତାରା ବାହିନୀପତିଙ୍କ ପତ୍ନୀ

nm

Advertisment

କୋରାପୁଟ(ଓଡ଼ିଶା ରିପୋର୍ଟର) କୋରପୁଟ କଂଗ୍ରେସରେ କନ୍ଦଳ। କଂଗ୍ରେସରୁ ଇସ୍ତଫା ଧମକ ଦେଲେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ। ପିସିସି ସଭାପତି ଦୃଷ୍ଟି ନଦେଲେ ନିଜ ସମର୍ଥକଙ୍କ ସହ ଇସ୍ତଫା ଦେବେ ବୋଲି କହିଲେ। କୋରାପୁଟ ସାଂସଦ କରିଥିବା ପ୍ରେସମିଟକୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିବା କହିଲେ ମିନାକ୍ଷୀ। ଉକ୍ତ ପ୍ରେସମିଟକୁ ଦଳ ଛାଡ଼ିଥିବା ନେତାଙ୍କୁ ଡକାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଉକ୍ତ ପ୍ରେସ୍‌ମିଟ୍‌ରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ।

Advertisment

ହେଲେ ତାଙ୍କ ସ୍ୱାମୀ ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଡକାଯାଥିଇ ନଥିଲା। ଏନେଇ ତାରାଙ୍କ ପାଖରେ କିଛି ଖବର ନଥିବା ମଧ୍ୟ ମିନାକ୍ଷୀ କହିଛନ୍ତି। ଏମିତି ହେଲେ କୋରାପୁଟ ଜିଲ୍ଲାରେ କଂଗ୍ରେସ କ୍ଷତିଗ୍ରସ୍ତ ହେବ।  ଏମପି ଯେଉଁ କାମ କରୁଛନ୍ତି ତାହା ଦଳ ପାଇଁ ଶୁଭଙ୍କର ନୁହେଁ। କଂଗ୍ରେସ କେବେ ମରିନି। କଂଗ୍ରେସ ଅଛି , ରହିବ। କିନ୍ତୁ ଦଳ ଭିତରେ ଯେଉଁ ବିଭେଦ ସୃଷ୍ଟି କରାଯାଉଛି ତାହା କୋରାପୁଟ ଜିଲ୍ଲା କଂଗ୍ରେସ ପାଇଁ ଉଚିତ୍‌ ନୁହଁ। ସେହିଭଳି ତାଙ୍କୁ ଆଡ଼େଇ ଦେଲା ଭଳି ପିସିସି ସଭାପତି ଯେଉଁ ଉତ୍ତର ଦେଲେ ତାହା ତାଙ୍କୁ ଠିକ୍‌ ଲାଗିଲା ନାହିଁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe