Advertisment

ଗୋଷ୍ଠୀ ସଂଘର୍ଷ ମାମଲାରେ ୨୦ ଗିରଫ

ଗତ କିଛି ଦିନ ଧରି କୋରାପୁଟ ଟାଉନ୍‌ର ପରଜା ସାହି ଓ ଇନ୍ଦିରା କଲୋନୀର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଗତ ରବିବାର ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା। ପରଜା ସାହିର କେତେକ ଯୁବକ ଶବ ସତ୍କାର କରି ଫେରୁଥିବା ବେଳେ ଇନ୍ଦିରା କଲୋନୀର କିଛି ଯୁବକ ଅଟକାଇ ଧମକ ଚମକ ଦେବା ସହିତ ଅସଦାଚରଣ କରିଥିଲେ।

ଅଦ୍ୟତନ ହୋଇଛି
Koraput

Koraput

Advertisment

କୋରାପୁଟ ଟାଉନ୍‌ରେ ଦୁଇ ସାହି ଭିତରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ପୁଲିସ୍‌ ୨୦ ଜଣଙ୍କୁ ଗିରଫ ଗରିଛି। ସେମାନଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି। ଏଥିସହ ପୁଲିସ ବହୁ ମାରଣାସ୍ତ୍ର ଜବତ କରିଛି। କୋରାପୁଟ୍‌ ଏସ୍‌ଡିପିଓ ମନୋଜ ପୂଜାହାରୀ ଏନେଇ ସୂଚନା ଦେଇଛନ୍ତି।

Advertisment

ଗତ କିଛି ଦିନ ଧରି କୋରାପୁଟ ଟାଉନ୍‌ର ପରଜା ସାହି ଓ ଇନ୍ଦିରା କଲୋନୀର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଗତ ରବିବାର ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା। ପରଜା ସାହିର କେତେକ ଯୁବକ ଶବ ସତ୍କାର କରି ଫେରୁଥିବା ବେଳେ ଇନ୍ଦିରା କଲୋନୀର କିଛି ଯୁବକ ଅଟକାଇ ଧମକ ଚମକ ଦେବା ସହିତ ଅସଦାଚରଣ କରିଥିଲେ। ପରଜା ସାହିର ଯୁବକମାନେ ଚୁପ୍‌ଚାପ ଘରକୁ ଫେରି ଆସିଥିଲେ।

ପରବର୍ତ୍ତୀ ସମୟରେ ପରଜା ସାହିର ଯୁବକମାନେ ବିଭିନ୍ନ ମାରଣାସ୍ତ୍ର ଧରି ଇନ୍ଦିରା କଲୋନୀରେ ପଶିଥିଲେ। ପରେ ସମସ୍ତଙ୍କୁ ଗୋଡ଼ାଇ ଥିଲେ। ଏହି ଘଟଣାରେ କେହି ଆହତ ହୋଇନଥିବା କୁହାଯାଇଛି। କିଛି ସମୟ ପରେ ଇନ୍ଦିରା କଲୋନୀ ଓ ଟିକିରା ସାହିର ଯୁବକମାନେ ବିଭିନ୍ନ ମାରଣାସ୍ତ୍ର ଧରି ପାଲଟା ଆକ୍ରମଣ କରିବା ପାଇଁ ପରଜା ସାହିକୁ ଆସିଥିଲେ। ସେଠାରେ ଉଭୟ ମୁହାଁମହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଥିଲେ।

Advertisment

ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ଦୁଇ ସାହି ଭିତରେ ଲାଗିଥିବା ଉତ୍ତେଜନା ପରିସ୍ଥିତି ଶାନ୍ତ ପଡ଼ିଛି। ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତିନିଟି ପୃଥକ୍‌ ମାମଲାରେ ଟାଉନ୍‌ ଥାନା ପୁଲିସ୍‌ ୨୦ ଜଣଙ୍କୁ ଉଠାଇ ଆଣିଥିଲା। ସେମାନଙ୍କ ଭିତରୁ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୫ ଜଣ ନାବାଳକଙ୍କୁ ଜୁଭେନାଇ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରିଛି। ଏଥିସହ ମୋବାଇଲ ଫୋନ, ଠେଙ୍ଗା, ଲାଠି, ଲୁହା ରଡ, ଟାଙ୍ଗିଆ ଓ କଟୁରି ଭଳି ମାରଣାସ୍ତ୍ର ଜବତ କରିଛି ପୁଲିସ୍‌। ତେବେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଏସ୍‌ଡିପିଓ ମନୋଜ ପୂଜାହାରୀ ଓ ଟାଉନ୍ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Crime Story Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe