/odisha-reporter/media/post_attachments/uploadimage/library/16_9/16_9_0/Koraput_1688384704.jpg)
Koraput
ପୁଲିସ୍ କହି ପର୍ଯ୍ୟଟଙ୍କଠାରୁ ଟଙ୍କା ଓ ମୋବାଇଲ୍ ଲୁଟ୍ କରିଥିଲେ ସିଆର୍ପିଏଫ୍ ଯବାନ। ଏବେ ପୁଲିସ୍ ପଞ୍ଝାରେ ପଡ଼ିଛି ଯବାନ। ଏପରି ଅଭିଯୋଗ ଆସିଛି କୋରାପୁଟରୁ ଆସିଛି।
ରବିବାର ଆନ୍ଧ୍ରପ୍ରଦେଶ ଆରକୁ ଅଞ୍ଚଳରୁ କିଛି ପର୍ଯ୍ୟଟକ କୋରାପୁଟର ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସୁଥିଲେ। ତେବେ ସିଆରପିଏଫ୍ ଯବାନ ରାଜ କୁମାର ଜୈନ ଓ ତାଙ୍କ ସହଯୋଗୀ ସାୟାଦ ବାଜି ନୁରଦିନ ବାଲଡା ଗାଁ ନିକଟରେ ସେମାନଙ୍କୁ ଅଟକାଇଥିଲେ। ପୁଲିସ୍ କର୍ମଚାରୀ କହି ସେମାନଙ୍କଠାରୁ ୪୫୦୦ ଟଙ୍କା ଓ ୫ଟି ମୋବାଇଲ ଛଡ଼ାଇ ନେଇଥିଲେ।
ଆନ୍ଧ୍ରର ପର୍ଯ୍ୟଟକମାନେ ସଙ୍ଗେ ସଙ୍ଗେ 112କୁ ଫୋନ୍ କରି ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ତତ୍ପର ହୋଇଥିଲା ପାଡୁଆ ଥାନା ପୁଲିସ୍। ଘଟଣାସ୍ଥଳରେ ପହଞ୍ଚି ସିଆର୍ପିଏଫ୍ ଯବାନ ରାଜ କୁମାର ଜୈନ ଓ ତା’ ସହଯୋଗୀକୁ ଗିରଫ କରିଛି। ସେମାନଙ୍କଠାରୁ ଲୁଟ୍ ହୋଇଥିବା ଟଙ୍କା, ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରିଛି ପୁଲିସ୍। ରାଜ କୁମାର ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରୀ ୪୨ ବାଟାଲିଆନ୍ରେ କାର୍ଯ୍ୟରତ ଅଛନ୍ତି। ଛୁଟିରେ ଘରକୁ ଆସି ଲୁଟ୍ପାଟ୍ କରୁଥିବା ଅଭିଯୋଗ ହୋଇଛି।
ରିପୋର୍ଟ-ଲମତାପୁଟରୁ ଜଗତ ଜୀବନ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
