Advertisment

୧୨ ଘଣ୍ଟିଆ କୋରାପୁଟ ବନ୍ଦ, ଜୀବନଯାତ୍ରା ଠପ୍‌

ସକାଳ ୬ରୁ ସନ୍ଧ୍ୟା ୬ଯାଏ ଚକ ଅଖ ସହ ସମସ୍ତ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ଦଳ।

author-image
Tapaswini Nayak
Strike

Strike

୪ ଦଫା ଦାବିରେ ଆଜି ୧୨ ଘଣ୍ଟା କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଯାଏ ଚକ ଅଖ ସହ ସମସ୍ତ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ଦଳ।  ବ

Advertisment

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋରାପୁଟ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଏହି ବନ୍ଦ ଡାକରା ଦିଆଯାଇଛି । କୋରାପୁଟ ଜ଼ିଲ୍ଲା ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଡ୍ରାଇଭିଂ ତାଲିମ୍ କେନ୍ଦ୍ରର ପ୍ରତିଷ୍ଠା ନେଇ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ଏହା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏହାର ପ୍ରତିବାଦରେ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ।

ତେବେ ଏହି ବନ୍ଦକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ଲମତାପୁଟ ବଜାର କମିଟି ସମର୍ଥନ ଜଣାଇ ସମସ୍ତ ଦୋକାନ ବଜାର ବନ୍ଦ ରଖିଛି। ଅନ୍ୟପକ୍ଷରେ ଜିଲ୍ଲା ବସ୍ ମାଲିକ ସଂଘ ମଧ୍ୟ ବସ୍ ଚଳାଚଳ ବନ୍ଦ ରଖିଛି। ବଣିକ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି।

Advertisment
Karaput