Advertisment

ଓଡ଼ିଶା, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ସବୁ ବିଧାୟକଙ୍କୁ ପ୍ରାମାଣିକ ଚିଠି: ଓଡ଼ିଶାରେ କୋଟିଆ

କୋଟିଆ କେବଳ ଓଡ଼ିଶାର। ଏହାକୁ ନିଜର ବୋଲି ଦାବି କରି ବିଶୃଙ୍ଖଳା ସୃଷ୍ଟି କରିବା ଅନାବଶ୍ୟକ। ଆରମ୍ଭରୁ ଓଡ଼ିଶାର ଏକ ଅଙ୍ଗ ହୋଇ ରହିଛି କୋଟିଆ। ଶନିବାର କୋଟିଆ ଡାକଘର ପରିସରରେ ଏଭଳି ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Kotia

Kotia

କୋଟିଆ କାହାର? ଓଡ଼ିଶା ନା ଆନ୍ଧ୍ରପ୍ରଦେଶର? ଏହାକୁ ନେଇ ବିବାଦ ଚାଲିଥିବା ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛି ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ(ଆଇଏନ୍‌ଟିଏସିଏଚ୍‌)। କୋଟିଆ ଡାକଘରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପାଖକୁ ଚିଠି ପଠା ଯାଇଛି। ଏଥିସହ ଆଟର୍ଣ୍ଣିଂ ଜେନେରାଲ, ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ କୋଟିଆ ମାମଲା ଲଢ଼ୁଥିବା ଓକିଲ ଓ ଦୁଇ ରାଜ୍ୟର ସବୁ ବିଧାୟକଙ୍କ ପାଖକୁ ମଧ୍ୟ ଚିଠି ଯାଇଛି। ଚିଠିରେ ଲେଖାଯାଇଛି, “ଓଡ଼ିଶାରେ କୋଟିଆ”।

Advertisment

କୋଟିଆ କେବଳ ଓଡ଼ିଶାର। ଏହାକୁ ନିଜର ବୋଲି ଦାବି କରି ବିଶୃଙ୍ଖଳା ସୃଷ୍ଟି କରିବା ଅନାବଶ୍ୟକ। ଆରମ୍ଭରୁ ଓଡ଼ିଶାର ଏକ ଅଙ୍ଗ ହୋଇ ରହିଛି କୋଟିଆ। ଶନିବାର କୋଟିଆ ଡାକଘର ପରିସରରେ ଏଭଳି ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କ ଡାକ ବିଭାଗ ପକ୍ଷରୁ ଏଠାରେ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଏକ ଡାକଘର ଖୋଲିଥିଲା। ଯାହା କୋରାପୁଟ ଜିଲ୍ଲା ପଟାଙ୍ଗି ଉପ ଡାକଘର ଅଧୀନରେ ପରିଚାଳିତ ହୋଇଆସୁଛି। ଦୀର୍ଘ ପ୍ରାୟ ୪୫ ବର୍ଷ ହେବ ଏଠାରେ ପରିଚାଳିତ ହେଉଛି। ଯାହାର ପିନ୍‌ କୋଡ୍‌ ନଂ ୭୬୪୦୩୯। ଏଭଳି ତଥ୍ୟ ଉପସ୍ଥାପନ କରିଛି ଇଣ୍ଟାକ ରାଜ୍ୟ ଶାଖାର ୩ ଜଣିଆ ମଣ୍ଡଳୀ।

ସଂସ୍କୃତି ଗବେଷକ ଅନୀଲ ଧୀର କହିଛନ୍ତି, କୋଟିଆରେ ଓଡ଼ିଶା ସରକାରଙ୍କ ରେଭିନ୍ୟୁ ଅଫିସ୍‌, ଅଙ୍ଗନବାଡ଼ି, ସ୍କୁଲ, ଥାନା ରହିଛି। ଏଥିସହ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପୋଷ୍ଟ ଅଫିସ୍‌ କୋଟିଆରେ ରହିଛି। ଦୀର୍ଘ ୪୫ ବର୍ଷ କୋଟିଆରେ ପୋଷ୍ଟ ଅଫିସ୍‌ ରହିଛି। ଯାହାର ପିନ୍‌କୋଡ୍‌ ଓଡ଼ିଶାର ବୋଲି ଶ୍ରୀ ଧୀର କହିଛନ୍ତି।

Advertisment

ରିପୋର୍ଟ- ସୂର୍ଯ୍ୟ ନାରାୟଣ ପଣ୍ଡା

Kotia Issue Kotia Koraput