କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି।
ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
Also Read
ନାରାୟଣପାଟଣା ବନ୍ଧୁଗାଁ,ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ କିଛି ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ପ୍ରାୟ ୩ ସେକେଣ୍ଡ ପାଇଁ ଝରକା, କବାଟ ଦୋହଲିଥିବା ଜଣାଯାଇଛି। ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଭୂମିକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡିର ସମୟ ସରିଆସିଲାଣି: ବିରୋଧୀ ଦଳ ନେତା
ଓଡ଼ିଶା ପୁଲିସ ଏବେ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛି ତଥା ମାନବିକତା ବି ହରାଇ ବସିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା
Politics
ବିଜେଡିର ବ୍ୟଥା ବଢ଼ାଇଛନ୍ତି ସୌମ୍ୟ: ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ କଲେ ଟାର୍ଗେଟ୍
ରାଜ୍ୟର ପ୍ରଭାବଶାଳୀ ମିଡିଆ ହାଉସର ମାଲିକାନା ସୌମ୍ୟଙ୍କ ପାଖରେ ରହିଥିବାବେଳେ ସେ ବିଭିନ୍ନ ସଭାସମିତିରେ ବିଜେଡି ସରକାରର ଆଭ୍ୟନ୍ତରୀଣ ଦୋଷଦୁର୍ବଳତାକୁ ପଦାରେ ପକାଉଛନ୍ତି ।
National
୪୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ବିଜେପି ବିଧାୟକଙ୍କ ପୁଅ
ଦୁର୍ନୀତି ରୋକିବାକୁ କର୍ଣ୍ଣାଟକା ସରକାର ଗଠନ କରିଥିବା ଲୋକାୟୁକ୍ତ ହିଁ ବିଧାୟକଙ୍କ ପୁଅକୁ ରଙ୍ଗେ ହାତ ଧରିଛି।
Bhubaneswar
ଭୁବନେଶ୍ୱରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର, ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର
ଯକୃତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପିଣ୍ଟୁ ନନ୍ଦ ଗତକାଲି ରାତି ୧୧ଟା ୨୫ ମିନିଟ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।