Advertisment

ଭୂମିକମ୍ପରେ ଦୋହଲିଲା କୋରାପୁଟ

ନାରାୟଣପାଟଣା ବନ୍ଧୁଗାଁ,ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ କିଛି ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ପ୍ରାୟ ୩ ସେକେଣ୍ଡ ପାଇଁ ଝରକା, କବାଟ ଦୋହଲିଥିବା ଜଣାଯାଇଛି।

undefined

Earthquake

Advertisment

କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି।

Advertisment

ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନାରାୟଣପାଟଣା ବନ୍ଧୁଗାଁ,ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ କିଛି ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ପ୍ରାୟ ୩ ସେକେଣ୍ଡ ପାଇଁ ଝରକା, କବାଟ ଦୋହଲିଥିବା ଜଣାଯାଇଛି। ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଭୂମିକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Advertisment
Earthquake Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe