Advertisment

ବଜ୍ରପାତ ନେଲା ଜଣକ ଜୀବନ

ନାରାଣପାଟଣା(ଓଡ଼ିଶା ରିପୋର୍ଟର) ବଜ୍ରପାତରେ ଜଣକର ମୃତ୍ୟୁ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛି କୋରାପୁଟ୍ ଜିଲ୍ଲା ନାରାୟଣ ପାଟଣା ଥାନା ଅନ୍ତର୍ଗତ ନାରୀ ଖିଲୁଆ ଗାଁରେ। ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ସହିତ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ନଳିନୀ ମାଣ୍ଡାଙ୍ଗୀ । ୩ ଆହତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ନାରାୟଣ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।  […]

author-image
Tapas Behera
ଦୋକାନରେ ବସି ଚା’ ପିଉଥିବା ବେଳେ ଚାଲିଗଲା ଜୀବନ

Lightning

ନାରାଣପାଟଣା(ଓଡ଼ିଶା ରିପୋର୍ଟର) ବଜ୍ରପାତରେ ଜଣକର ମୃତ୍ୟୁ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏହି ଅଘଟଣ ଘଟିଛି କୋରାପୁଟ୍ ଜିଲ୍ଲା ନାରାୟଣ ପାଟଣା ଥାନା ଅନ୍ତର୍ଗତ ନାରୀ ଖିଲୁଆ ଗାଁରେ। ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ସହିତ ୩ ଜଣ ଆହତ ହୋଇଛନ୍ତି।

Advertisment

ମୃତକ ଜଣକ ହେଲେ ନଳିନୀ ମାଣ୍ଡାଙ୍ଗୀ । ୩ ଆହତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ନାରାୟଣ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।  ସେପଟେ ଆମ୍ବ ଗୋଟାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲା ଟାଙ୍ଗୀ  ବ୍ଲକ ଦାମୋଦରପୁର ଗାଁରେ ଘଟିଛି ଏଭଳି ଘଟଣା ।

ଗାଁର କମଳା ପଣ୍ଡା ଆମ୍ବ ଗୋଟାଇବାକୁ ଯାଇଥିଲେ।  ଜମି ଚାରିପଟେ ଲଗାଯାଇଥିବା ଜିଆଇ ତାରରେ ଲାଗି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।  ଖବର ପାଇବା ପରେ ପୁଲିସ ଗାଁରେ ପହଞ୍ଚି ଶବ ଉଦ୍ଧାର କରି ପୋଷ୍ଟ ମର୍ଟମ ଲାଗି ପଠାଇଛି।

Advertisment