/odisha-reporter/media/post_attachments/uploadimage/library/16_9/16_9_0/Murder_1674796482.jpg)
Murder
ମଶାଣିରେ ନିଜ ସ୍ତ୍ରୀକୁ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରି ବେଡା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ମମିତା ମୁଦୁଲି। ପୁଲିସ ଅଜୟ ମୁଦୁଲିକୁ ଗିରଫ କରିଛି।
ଅଜୟ ମମିତାଙ୍କୁ ଗୋଟିଏ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। କିଛି ଦିନ ଉଭୟ ସଂସାର ଖୁସିରେ ଚାଲିଥିଲା। ପରେ ଦୁହିଁଙ୍କ ମଧ୍ୟରେ ମନ ମାଳିନ୍ୟ ଦେଖାଦେଇଥିଲା। କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତକାଲି ଅଜୟ ଓ ତାଙ୍କ ସ୍ତ୍ରୀ ବିଲକୁ କାମ କରିବାକୁ ଯାଇଥିଲେ। ବିଲରୁ କାମ ସାରି ସନ୍ଧ୍ୟାରେ ଫେରିଲା ବେଳେ ମଶାଣି ନିକଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ଅଜୟ ଧରିଥିବା ଟାଙ୍ଗିଆରେ ମମିତାକୁ ହାଣି ହତ୍ୟା କରିଥିଲା।
ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଦଶମନ୍ତପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
