Advertisment

ନକଲି ଘା’ ଦେଖାଇ ଲୋକଙ୍କୁ କରୁଥିଲେ ଇମୋସନାଲ, ମେଳାରେ ଧରାପଡ଼ିଲା ମିଛ

ଲୋକେ ୧୮ ବର୍ଷିୟ ଯୁବକର ଦୁରାବସ୍ଥା ଦେଖି ନିଜ ସକ୍ଷମ ମୁକାବକ ଟଙ୍କା ସହାୟତା ମଧ୍ୟ କରୁଥିଲେ। କିଏ ୧୦ଟଙ୍କା ଦେଉଥିଲା ତ କିଏ ୫୦ ଓ ୧୦୦ ଟଙ୍କା ଦେଉଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
showing fake wounds

showing fake wounds

ନକଲି ଘା’ ଦେଖାଇ ଲୋକଙ୍କୁ କରୁଥିଲେ ଇମୋସନାଲ। ଲୋକେ ୧୮ ବର୍ଷିୟ ଯୁବକର ଦୁରାବସ୍ଥା ଦେଖି ନିଜ ସକ୍ଷମ ମୁକାବକ ଟଙ୍କା ସହାୟତା ମଧ୍ୟ କରୁଥିଲେ। କିଏ ୧୦ଟଙ୍କା ଦେଉଥିଲା ତ କିଏ ୫୦ ଓ ୧୦୦ ଟଙ୍କା ଦେଉଥିଲେ। ହେଲେ ଏହି ଘା’ ନକଲି ବୋଲି ହଠାତ୍ ଜଣେ ବ୍ୟକ୍ତି ଜାଣିପାରିବା ପରେ ଉକ୍ତ ଯୁବକଙ୍କୁ ତାଗିଦ୍ କରିଥିଲେ। ଏଥିସହ ଲୋକଙ୍କୁ ସହାୟତା ନ କରିବାକୁ ନିବେଦନ କରିଛନ୍ତି। କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ନବଦିନାଙ୍କ ଅଗ୍ନିଗାଙ୍ଗାମାଙ୍କ ଘଟଯାତ୍ରାର ଶେଷ ଦିନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ସାଧାରଣତଃ ଶାରିରୀକ ଅକ୍ଷମ ବ୍ୟକ୍ତି କିମ୍ବା ରୋଗାଗ୍ରସ୍ତ ଲୋକେ ଭିକ ମାଗିବାର ଦେଖିବାକୁ ମିଳେ। କିନ୍ତୁ ଏବେ ଅନେକ ସୁସ୍ଥ ସବଳ ଲୋକେ ଭିକ ମାଗିବାକୁ ନିଜର ପେଷା କରି ନେଇଛନ୍ତି। ଲୋକଙ୍କୁ ଭୁଆଁ ବୁଲାଇବା ନିମନ୍ତେ ସେମାନେ ଶାରୀରିକ ଅକ୍ଷମ ଓ ରୋଗାଗ୍ରସ୍ତ ହେବା ଅଭିନୟ କରୁଛନ୍ତି। ଯାତ୍ରୀଙ୍କ ଭିଡ଼ ଜମୁଥିବା ସ୍ଥାନ ଓ ମେଳା ସେମାନଙ୍କ ନିମନ୍ତେ ରୋଜଗାରର ସ୍ଥଳ ହୋଇଛି।

ଅଗ୍ନିଗାଙ୍ଗାମାଙ୍କ ଘଟଯାତ୍ରାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଶାରୀରିକ ସୁସ୍ଥ ଯୁବକ ଲକ୍ଷାଧିକ ଭକ୍ତଙ୍କ ଭିତରେ ମଝିରାସ୍ତାରେ ଶୋଇ ଭିକ ମାଗୁଥିଲା। ପାଖରେ ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଯାଉଥିଲେ ହେଁ କେହି ଆଡ଼ ଆଖିରେ ଚାହୁଁ ନ ଥିଲେ। ଯୁବକ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ଭଳି ଦେଖାଯାଉଥିଲା। ପାଟିରେ କେବଳ ମା’.... ମା’... ଛଡ଼ା ଅନ୍ୟ କିଛି ନ ଥିଲା। ନିଆଁରେ ପୋଡ଼ି ହୋଇ ହାତ ଓ ଗୋଡ଼ରେ ଘା’ ହୋଇଯାଇଥିବାର ନକଲି ଟାଟୁ କରିଥିଲା। ଯାହା ଅବିକଳ ଘା’ ଭଳି ଦେଖାଯାଉଥିଲା। ତେଣୁ ଲୋକେ ଏହି କିଶୋରକୁ ସହାୟତା କରିବାକୁ ଆଗେଇ ଆସୁଥିଲେ।

Advertisment

ମାତ୍ର ଘା’ରେ କୌଣସି ମାଛି ବସୁ ନ ଥିବା ଦେଖି ମେଳା ବୁଲୁଥିବା ସ୍ଥାନୀୟ ବାସିନ୍ଦା ବିପିନ୍ ମାଣ୍ଡିଙ୍ଗାଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ଘା’ରେ ହାତ ମାରି ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲା। ହେଲେ ଯୁବକ ଜଣକ ଚିହିଙ୍କି ଉଠିଥିଲେ। ହାତ ଗୋଡ଼ ଲୁଚାଇ ଦେଇଥିଲେ। ଅଧିକ ଯାଞ୍ଚ କରିବାରୁ ଏହା ଟାଟୁ ବୋଲି ଜଣାପଡ଼ିବାରୁ ଭିକ ନ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ ବିପିନ୍ । ଏଥିସହ ଭିକ ମାଗୁଥିବା ଯୁବକଙ୍କୁ ଘଟଣାସ୍ଥଳ ଛାଡ଼ି ଚାଲି ଯିବାକୁ ତାଗିଦ୍ କରିଥିଲେ। ତେଣୁ ଯୁବକ ଜଣକ ଭିକ ଟଙ୍କା ଧରି ଘଟଣାସ୍ଥଳରୁ ପଳାଇଥିଲା।

ସେପଟେ ବହୁରୂପି ଓ ଠକମାନେ ଏଭଳି ମିଛ ବାହାନା କରି ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ପ୍ରଶାସନ ପକ୍ଷରୁ ଧରପଗଡ଼ କରା ନ ଯିବା ଉଦ୍‌ବେଗର ବିଷୟ ହୋଇଛି। ଏଠାରେ ମୁତୟନ ପୁଲିସ, ସ୍ୱାସ୍ଥ୍ୟ ବିଭାଗ ଟିମ୍, ଶିଶୁ ସୁରକ୍ଷା ଟିମ୍, ଭିନ୍ନକ୍ଷମ ସଶକ୍ତକରଣ ଟିମ୍ ପ୍ରମୁଖ ଏଭଳି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟି ନଦେବା ଉଦ୍‌ବେଗର ବିଷୟ ହୋଇଛି।

Fake Item Racket Beggar