Advertisment

ମା’ ସାଜିଲା ପିଶାଚୀ; ୩ ବର୍ଷ ଛୁଆର ବେକ କାଟି ଦେଲା

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ମା’ ସାଜିଲା ପିଶାଚୀ। ଯାହାକୁ ଜନ୍ମ ଦେଇଥିଲା, ଧାରୁଆ ଅସ୍ତ୍ରରେ ତା’ ବେକ କାଟି ଦେଲା। ନିଜ ୩ ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କଲା ମା’ । ଏପରି ଲୋମଟାଙ୍କୁରା ଘଟଣା କୋରାପୁଟ ସଦର ଲୁକୁମାରି ଗାଁରେ ଆଜି ଭୋରରେ ଘଟିଛି । ଘଟଣାସ୍ଥଳରେ କୋରାପୁଟ ଏସ୍‌ଡିପିଓ, ଆଇଆଇସି, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ୍‌ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତରାତିରେ ଗ୍ରାମରେ […]

ଅଦ୍ୟତନ ହୋଇଛି
ମା’ ସାଜିଲା ପିଶାଚୀ; ୩ ବର୍ଷ ଛୁଆର ବେକ କାଟି ଦେଲା

image

Advertisment

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ମା’ ସାଜିଲା ପିଶାଚୀ। ଯାହାକୁ ଜନ୍ମ ଦେଇଥିଲା, ଧାରୁଆ ଅସ୍ତ୍ରରେ ତା’ ବେକ କାଟି ଦେଲା। ନିଜ ୩ ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କଲା ମା’ । ଏପରି ଲୋମଟାଙ୍କୁରା ଘଟଣା କୋରାପୁଟ ସଦର ଲୁକୁମାରି ଗାଁରେ ଆଜି ଭୋରରେ ଘଟିଛି । ଘଟଣାସ୍ଥଳରେ କୋରାପୁଟ ଏସ୍‌ଡିପିଓ, ଆଇଆଇସି, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ୍‌ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତରାତିରେ ଗ୍ରାମରେ ଚଇତି ପରବ ଥିବା ବେଳେ ସମସ୍ତେ ମଜାମଜଲିସରେ ମାତିଥିଲେ। ହେଲେ ଆଜି ଭୋର ସମୟରେ ଏଭଳି ଅଘଟଣ ଘଟିଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି।  ତେବେ ଜଣେ ମା’ କ’ଣ ପାଇଁ ନିଜ ହାତରେ ନିଜ ଛୁଆର ଜୀବନ କିପରି ଓ କାହିଁକି ନେଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

[caption id="attachment_727287" align="aligncenter" width="650"]police ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ କରୁଛି।[/caption]

Advertisment

ଗତକାଲି ଚଇତି ପର୍ବ ଥିବା ବେଳେ ସକାଳୁ ସକାଳୁ ଏପରି ନୃଶଂସ କାଣ୍ଡ ଖବରକୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ସହଜେ ଗ୍ରହଣ କରିପାରୁ ନାହାନ୍ତି।  ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ  ମହିଳାଜଣକ  ନିଶାସକ୍ତ ଥାଇ ଏପରି  କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ଆଲୋଚନା ହେଉଛି। ଏନେଇ କୌଣସି ସଠିକ ସୂଚନା ମିଳି ନ ଥିବା ବେଳେ ଏହା ପଛରେ ଅନ୍ଧବିଶ୍ୱାସ ଥିବା ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ଏହାବାଦ ମହିଳାଙ୍କ ମାନସିକ ସ୍ଥିତି କିପରି ଥିଲା, ସେନେଇ ମଧ୍ୟ ପୁଲିସ୍‌ ତଦନ୍ତ ଚଳାଇବା ସହ ସାହି ପଡ଼ିଶାଙ୍କୁ ପଚରାଉଚରା କରୁଛି ।

Honour Killing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe