Advertisment

ଜାତୀୟ ସ୍ତରର ୱେବିନାରରେ ଯୋଗ ଦେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କରୋନା ମହାମାରୀ ଜନଜୀବନକୁ ଦୁର୍ବିସହ କରିଦେଇଛି। ଏଥିପାଇଁ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ଖେଳାଳି ମାନେ ମଧ୍ୟ ନିଜ ନିଜର ଘରେ ରହିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ସମୟରେ ଖେଳାଳି ମାନଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ କୋରାପୁଟ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜାତୀୟ ସ୍ତରର ୱେବିନାର ଆୟୋଜନ କରାଯାଇଥିଲା। ଘରେ ସୁରକ୍ଷିତ ରହି ନିଜର ମାନସିକ ସ୍ଥିତିର ଦୃଢ଼ତା ରଖିବା ସହ ଶାରୀରିକ ଫିଟନେସ୍ କିଭଳି ରଖିପାରିବେ, ସେଥିନେଇ […]

ଜାତୀୟ ସ୍ତରର ୱେବିନାରରେ ଯୋଗ ଦେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ

webinar

Advertisment

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କରୋନା ମହାମାରୀ ଜନଜୀବନକୁ ଦୁର୍ବିସହ କରିଦେଇଛି। ଏଥିପାଇଁ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ଖେଳାଳି ମାନେ ମଧ୍ୟ ନିଜ ନିଜର ଘରେ ରହିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ସମୟରେ ଖେଳାଳି ମାନଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ କୋରାପୁଟ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜାତୀୟ ସ୍ତରର ୱେବିନାର ଆୟୋଜନ କରାଯାଇଥିଲା।

Advertisment

ଘରେ ସୁରକ୍ଷିତ ରହି ନିଜର ମାନସିକ ସ୍ଥିତିର ଦୃଢ଼ତା ରଖିବା ସହ ଶାରୀରିକ ଫିଟନେସ୍ କିଭଳି ରଖିପାରିବେ, ସେଥିନେଇ ବିଶିଷ୍ଟ ବ୍ୟକ୍ତିମାନେ ପରାମର୍ଶ ଦେଇଥିଲେ।

ଅନ୍ତର୍ଜାତୀୟ ହକି ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କୀ, ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣପଦ ସେଠୀ, ଅନ୍ତର୍ଜାତୀୟ କଣ୍ଠ ଶିଳ୍ପୀ କ୍ରିଷ୍ଣା ବେହୁରା, ଦିଲ୍ଲୀ ଜବାହରଲାଲ ନେହୁରୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର ହେଫିମନ ଜାକବ, ଅଭିନେତ୍ରୀ ଏଲିନା ଦାସ ପ୍ରମୁଖ ଯୋଗଦେଇଥିଲେ।

Advertisment

କୋରାପୁଟ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଖେଳାଳିମାନେ ସାମିଲ ହୋଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଅର୍ଚ୍ଚନା ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe