Advertisment

କୋରାପୁଟରେ ଏନଆଇଏ ଟିମ୍

ଜୟପୁର (ଟି. ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ଏସଡିଜେଏମଙ୍କ କୋର୍ଟରେ ନ୍ୟାଶନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ତଥା NIA। ସଂସ୍ଥାର ୨ ଜଣିଆ ଟିମ ଗିରଫ ହାର୍ଡକୋର ନକ୍ସଲ ନେତା ଦୁବାଶି ଶଙ୍କରକୁ ପଚରାଉଚରା କରିବା ପାଇଁ ଅନୁମତି ଲୋଡିଛନ୍ତି। ତେବେ କୋର୍ଟ ଅନୁମତିର ତର୍ଜମା କରୁଥିବା କହିଛନ୍ତି ସରକାରୀ ଓକିଲ। ୨୦୧୨ରେ ମାଲକାନଗିରି ଚିତ୍ରକୋଣ୍ଡାରେ ଅପରେସନ ପାଇଁ ବିଏସଏଫର ଏକ ଟିମ୍ ବୋଲେରୋ ଯୋଗେ ଯାଉଥିବାବେଳେ ଆଇଇଡି ବ୍ଲାଷ୍ଟ ସହ ଗୁଳିମିନିମୟ ହୋଇଥିଲା। ଏଥିରେ ଜଣେ କମାଣ୍ଡାଣ୍ଟ […]

author-image
Ranjit Kumar Jena
କୋରାପୁଟରେ ଏନଆଇଏ ଟିମ୍

nia-team

ଜୟପୁର (ଟି. ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ଏସଡିଜେଏମଙ୍କ କୋର୍ଟରେ ନ୍ୟାଶନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ତଥା NIA। ସଂସ୍ଥାର ୨ ଜଣିଆ ଟିମ ଗିରଫ ହାର୍ଡକୋର ନକ୍ସଲ ନେତା ଦୁବାଶି ଶଙ୍କରକୁ ପଚରାଉଚରା କରିବା ପାଇଁ ଅନୁମତି ଲୋଡିଛନ୍ତି। ତେବେ କୋର୍ଟ ଅନୁମତିର ତର୍ଜମା କରୁଥିବା କହିଛନ୍ତି ସରକାରୀ ଓକିଲ।

Advertisment

୨୦୧୨ରେ ମାଲକାନଗିରି ଚିତ୍ରକୋଣ୍ଡାରେ ଅପରେସନ ପାଇଁ ବିଏସଏଫର ଏକ ଟିମ୍ ବୋଲେରୋ ଯୋଗେ ଯାଉଥିବାବେଳେ ଆଇଇଡି ବ୍ଲାଷ୍ଟ ସହ ଗୁଳିମିନିମୟ ହୋଇଥିଲା। ଏଥିରେ ଜଣେ କମାଣ୍ଡାଣ୍ଟ ଏବଂ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ ସହ ଅନ୍ୟ ୨ ଯବାନ ସହିଦ ହୋଇଥିଲେ। ଆଉ ଦୁଇ ଜଣ ଗୁରୁତର ହୋଇଥିଲେ।

ହାର୍ଡକୋର ନକ୍ସଲ ନେତା ଦୁବାସି ଶଙ୍କର ଓରଫ୍ ଅରୁଣକୁ ଗତ ସେପ୍ଟେମ୍ବର ୧୩ ତାରିଖରେ ପୁଲିସ କୋରାପୁଟ ରାମଗିରି ଅଞ୍ଚଳରୁ କାବୁ କରିଥିଲା। ତା ନାଁରେ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା। ଦୁବାସୀ ନାଁରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବହୁ ଘଟଣାରେ ସମ୍ପୃକ୍ତି ରହିଥିଲା।

Advertisment

୧୯୮୭ ମସିହାରୁ ସକ୍ରିୟ ଦୁବାସି ବିରୋଧରେ ଆନ୍ଧ୍ରପ୍ରଦେଶରେ ୩୨ଟି, ତେଲେଙ୍ଗାନାରେ ୨୪ଟି, ମାଲକାନଗିରିରେ ୧୭ ଏବଂ କୋରାପୁଟ ପୁଲିସ ନିକଟରେ ୪ଟି ମାମଲା ରହିଛି।