Advertisment

ବ୍ୟବସାୟୀଙ୍କ ପୁଅକୁ ଗୁଳିମାଡ଼ ଘଟଣାରେ ଜଣେ ଗିରଫ

ମାର୍ଚ୍ଚ ୪ ତାରିଖ ଅପରାହ୍ଣରେ ଜୟପୁର ସହରରେ ଘଟିଥିଲା ଏହି ଗୁଳିକାଣ୍ଡ।

ଅଦ୍ୟତନ ହୋଇଛି
Accused

Accused

Advertisment

ଦୁଇ ଦିନ ତଳେ କୋରାପୁଟ ଜିଲ୍ଲା ଜୟପୁର ସହରରେ ହୋଇଥିବା ଗୁଳିମାଡ଼ ଘଟଣାରେ ଟାଉନ ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାଁ ଅଭିଜିତ ମହୁରିଆ ଓରଫ ଜିହିତ (୨୪)। ପୁଲିସ୍ ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ମାସ୍କ ଓ କିଛି ପ୍ରି-ଆକ୍ଟିଭେଟେଡ୍ ସିମ୍‌ ଜବତ କରିଛି। ଏହା ସହିତ ପୁଲିସ୍ ଘଟଣାର ଅଧିକ ଖୋଳତାଡ଼ କରୁଛି।

Advertisment

ଗତ ୪ ତାରିଖ ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ‍ବେଳେ ଜୟପୁର ସହରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ ଉପରକୁ ଦୁଇ ଜଣ ଯୁବକ ଗୁଳି ଚଳାଇଥିଲେ। ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଲା ଯାଇଥିଲା। ତେବେ ଗୁଳି ଦୁଇଟି ତାଙ୍କ ଦେହରେ ବାଜି ନଥିଲା। ଗୁଳି ଦୁଇଟି ତାଙ୍କ ଗାଡ଼ିରେ ବାଜିଥିଲା। ଏହା ପରେ ବ୍ୟବସାୟୀଙ୍କ ପୁଅ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସାଙ୍ଗରେ ଥିଲେ। ସେଠାରେ ଯାଞ୍ଚ କରିବା ପରେ ପୁଲିସ୍ ତଦନ୍ତକୁ ଜୋରଦାର କରିଥିଲା ଓ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

Advertisment
Koraput Firing Jeypore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe