Advertisment

ଘାଟିରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ; ଜଣେ ଶ୍ରମିକ ମୃତ,୩ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ଏକ ପିକ୍‌ଅପ୍‌ ଭ୍ୟାପରେ ୧୫ ଜଣ ଶ୍ରମିକ ଆନ୍ଧ୍ର ପ୍ରଦେଶରୁ କାମ କରିବା ପାଇଁ ଆମ୍ପାବାଲି ନିକଟ ଲାଉଡି କ୍ୟାମ୍ପକୁ ଆସୁଥିଲେ।

Accident

Accident

Advertisment

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଆମ୍ପାବାଲି ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍ ଭ୍ୟାନ୍‌ ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଜୟନଗରମସ୍ଥ ହସପିଟାଲରେ ଭର୍ତି କରାଯାଇଛି। ମୃତ ଶ୍ରମିକଙ୍କ ଘର ଆନ୍ଧ୍ର ପ୍ରଦେଶର ସାଲୁର ଅଞ୍ଚଳରେ ବୋଲି ଜଣାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଏକ ପିକ୍‌ଅପ୍‌ ଭ୍ୟାନ୍ରେ ୧୫ ଜଣ ଶ୍ରମିକ ଆନ୍ଧ୍ର ପ୍ରଦେଶରୁ କାମ କରିବା ପାଇଁ ଆମ୍ପାବାଲି ନିକଟ ଲାଉଡି କ୍ୟାମ୍ପକୁ ଆସୁଥିଲେ। ଏହି ସମୟରେ ଲାଉଡ଼ି ଘାଟି ନିକଟରେ ପିକ୍‌ଅପ୍‌ ଭ୍ୟାନଟି ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ଗୁରୂତର ହୋଇଥିବା ୪ ଜଣ ଶ୍ରମିକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ପରେ ଅନ୍ୟ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବିଜୟନଗରମସ୍ଥ ହସପିଟାଲରେ ଭର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ଏହି ଶ୍ରମିକମାନେ ଭାରତମାଳା ରାସ୍ତା କାମରେ ନିୟୋଜିତ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Road Accident Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe