Advertisment

ପରୀକ୍ଷା ହଲ୍‌ରେ ବାହାରିଲା ଫିଟ୍ସ; ମାଟ୍ରିକ ପରୀକ୍ଷାର୍ଥୀ ମୃତ

ହଠାତ୍‌ ପରୀକ୍ଷା ଦେଉ ଦେଉ ମୁର୍ଚ୍ଛା ହୋଇଗଲେ ଛାତ୍ର । ସ୍କୁଲ କର୍ତ୍ତୃପକ୍ଷ ପ୍ରାଥମିକ ଚିକିତ୍ସା କରିବା ପରେ ବି କୁନାଙ୍କ ହୋସ୍‌ ଫେରି ନ ଥିଲା।

ଅଦ୍ୟତନ ହୋଇଛି
Student Death

Student Death

Advertisment

ଅନ୍ୟ ପିଲାଙ୍କ ପରି ସେ ବି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ସକାଳେ ବାପାଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ସ୍ୱାଭାବିକ ଭାବେ ପରୀକ୍ଷା ଦେଉ ଦେଉ ହଠାତ୍‌ ବାହାରିଲା ଫିଟ୍ସ। ସ୍କୁଲ କର୍ତ୍ତୃପକ୍ଷ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ପରିକ୍ଷାର୍ଥୀଙ୍କୁ ମୃତ ଘୋଷଣା କଲେ। ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ  ଆଜି ଘଟିଛି। ମୃତ ଛାତ୍ରଜଣକ ହେଲେ କୁନା ପୁଜାରୀ।

Advertisment

ଗୁରୁବାର ସାଧାରଣ ବିଜ୍ଞାନ ପରୀକ୍ଷା ଦେବା ନିମନ୍ତେ କୁନା ନିଜ ବାପାଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସେଠାରେ ବାପା ଛାଡ଼ି ଦେଇ ଚାଲି ଯାଇଥିବା ବେଳେ ସ୍ୱାଭାବିକ ଭାବେ ପରୀକ୍ଷା ଦେଇଥିଲେ କୁନା। ମାତ୍ର ହଠାତ୍‌ ମଝିରେ ସେ ମୁର୍ଚ୍ଛା ହୋଇଗଲେ । ସ୍କୁଲ କର୍ତ୍ତୃପକ୍ଷ ପ୍ରାଥମିକ ଚିକିତ୍ସା କରିବା ପରେ ବି କୁନାଙ୍କ ହୋସ୍‌ ଫେରି ନ ଥିଲା।

ଏହାପରେ ତୁରନ୍ତ ତାଙ୍କୁ ନାଲକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ପିଲାଟିର ମୃତ୍ୟୁ ହୋଇଛି। ତେବେ ଫିଟ୍ସ ରୋଗ ଥିବାରୁ ପୁଅ ପୂର୍ବରୁ ବି ବହୁ ଥର ମୁର୍ଚ୍ଛା ହୋଇଯାଇଥିବା ତାଙ୍କ ବାପା ରାମ ପୂଜାରୀ ସୂଚନା ଦେଇଛନ୍ତି।

Advertisment

ଖବର ପାଇ ଦାମନଯୋଡି ଥାନା ଅଧିକାରୀ ଗୌରହରି ସାହୁ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ପଠାଇଛନ୍ତି । ମୃତ ଛାତ୍ର ଜଣକ ମାଥାଲପୁଟ ସ୍ଥିତ ମାଲୁସାନ୍ତା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ହୋଇଥିବା ବେଳେ ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିରରେ ମାଟ୍ରିକ ପରୀକ୍ଷା ଦେଉଥିଲେ।

କୁନାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Matric Exam Koraput Student Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe