କୋରାପୁଟ(ଓଡ଼ିଶା ରିପୋର୍ଟର): ୟୁ-ଟ୍ୟୁବରେ ଆରମ୍ଭ ହୋଇଛି ପାଠପଢ଼ା । କିନ୍ତୁ ଏହି ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦୁଇ ପଞ୍ଚାୟତର ଛାତ୍ରଛାତ୍ରୀ । ମୋବାଇଲ ନେଟୱର୍କ ରହୁ ନ ଥିବାରୁ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍ ପାଠପଢ଼ାରୁ ବଞ୍ଚିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇଟି ପଞ୍ଚାୟତର ଅଭିଭାବକ । ଏହି ଅଞ୍ଚଳରେ କେତେବେଳେ ନେଟୱର୍କ ରହିଲେ କେତେବେଳେ ରହୁନି। ଆନ୍ଧ୍ର ପଟୁ ବିଭିନ୍ନ ନେଟୱର୍କ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ନେଟୱର୍କ ଆସୁଥିବା ବେଳେ ଓଡ଼ିଶାର ନେଟୱର୍କ ଠିକ୍ ଭାବେ ରହୁନି ।
ଫଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଲମତାପୁଟ ବ୍ଲକର ଗୋଡିହଞ୍ଜର ଓ ବିଲେଲ ପଞ୍ଚାୟତର ୮୦ ପରିବାର ଲୋକେ। ଶୀଘ୍ର ଅଞ୍ଚଳରେ ମୋବାଇଲ ନେଟୱର୍କ ବ୍ୟବସ୍ଥା କରିବାକୁ ଅଭିଭାବମାନେ ଦାବି କରିଛନ୍ତି।
ଏନେଇ ପୂର୍ବରୁ ଅଭିଯୋଗ ଓ ଦାବି ହୋଇ ଥିଲେ ମଧ୍ୟ ପୂରଣ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଯଦି ଆସନ୍ତା ଦିନରେ ଦାବି ପୂରଣ ନ ହୁଏ ତେବେ ରାଜରାସ୍ଥାକୁ ଓହ୍ଲେଇବେ ବୋଲି ଦାବି କରିଛନ୍ତି। ସେହିପରି ଗୋଟିଏ ପଟେ ନେଟୱର୍କ ଓ ଅନ୍ୟ ପଟେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ୍ର ବ୍ୟବସ୍ଥା ନାହିଁ।
ଉନ୍ନତି ମାନର ମୋବାଇଲ ଫୋନର ସୁବିଧା ନଥିବାରୁ ଅତି ଦୟନୀୟ ଅବସ୍ଥାରେ ଗଛ ମୂଳେ ଓ ବିଦ୍ୟାଳୟ ବାରଣ୍ଡାରେ ବସି ଅନଲାଇନ ପାଠପଢ଼ା ଚାଲୁଛି । ଅନ୍ୟପଟେ ଟିଭି ମାଧ୍ୟମରେ କିମ୍ବା ଅଫଲାଇନ ମଧ୍ୟରେ ପାଠପଢା ଇବାକୁ କିଛି ଛାତ୍ର ଛାତ୍ରୀ ମାନେ ଅନୁରୋଧ କରିଛନ୍ତି।