Advertisment

ସହଯାତ୍ରୀ ସାଜିଲେ ସଇତାନ; ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ଦେଲେ

ମାତ୍ର ୨ କିମି ପରେ ଷ୍ଟେଶନରେ ଓହ୍ଲାଇ ନିଜ ଲକ୍ଷ୍ୟ ସ୍ଥଳରେ ଚାଲି ଯାଇଥାନ୍ତେ। କିନ୍ତୁ ତାହା ପୂର୍ବରୁ ଘଟିଲା ଅଘଟଣ ।

author-image
Niharika Rout
Serious

Serious

ମାତ୍ର ୨ କିମି ପରେ ଷ୍ଟେଶନରେ ଓହ୍ଲାଇ ନିଜ ଲକ୍ଷ୍ୟ ସ୍ଥଳରେ ଚାଲି ଯାଇଥାନ୍ତେ। କିନ୍ତୁ ତାହା ପୂର୍ବରୁ ଘଟିଲା ଅଘଟଣ । ସାମାନ୍ୟ ଯୁକ୍ତିତର୍କ ପରେ ସହଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ। ଯୁବକଜଣକ ରାତି ସାରା ଘୁଷୁଡ଼ି ଘୁଷୁଡ଼ି ଆସିବା ପରେ ତାଙ୍କୁ ଲୋକେ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ଚଳନ୍ତା ଟ୍ରେନ୍‌ ତଳେ ଆସି ଯୁବକଙ୍କ ପାଦ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏପରି ଏକ ଅମାନବୀୟ ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଘଟିଛି। ଗୁରୁତର ଯୁବକଜଣକ ହେଲେ ଛତିଶଗଡ଼ ଜଗଦଲପୁର ଅଞ୍ଚଳର ଜାଭେଦ ମହମ୍ମଦ ।

Advertisment

ରମଜାନ ମାସରେ ଦାନ କରି ପୂଣ୍ୟ ଅର୍ଜନ କରିବା ନିମନ୍ତେ ଜାଭେଦ ନିଜ ସମ୍ପ୍ରଦାୟର କିଛି ଲୋକଙ୍କ ସହ ଗତ ୩୦ ତାରିଖରେ ଟ୍ରେନ ଯୋଗେ ଆସୁଥିଲେ । ପାଡୁଆ ଷ୍ଟେସନରେ ସେ ଓହ୍ଲାଇଥାନ୍ତେ। ମାତ୍ର ଏହା ପୂର୍ବରୁ ଜୟପୁରରୁ ଟ୍ରେନରେ ଚଢ଼ି ବସିଥିବା କିଛି ଲୋକଙ୍କ ସହ ତାଙ୍କର ଯୁକ୍ତି ତର୍କ ହୋଇଥିଲା। ଫଳରେ ପାଡୁଆ ଷ୍ଟେସନଠୁ ୨ କିମି ପୂର୍ବରୁ ସେ ଗେଟ୍‌ ପାଖରେ ବସିଥିବା ବେଳେ ତାଙ୍କୁ ପଛରୁ କିଏ ଠେଲି ଦେଇଥିବା କହିଛନ୍ତି ଜାଭେଦ ।

ରାତି ସାରା ତାଙ୍କ ଚିତ୍କାର କେହି ଶୁଣି ପାରି ନ ଥିବା ବେଳେ ଘୁଷୁଡ଼ି ଘୁଷୁଡ଼ି ସେ ପ୍ରାୟତଃ ଅଧା କିମି ଆସିଥିଲେ। ଏହା ପରେ ରାସ୍ତା କଡର ଏକ ଡ୍ରେନ ଭିତରେ ପଡ଼ିଯାଇ ଥିଲେ। ଗତକାଲି ସକାଳୁ ସ୍ଥାନୀୟ ଲୋକେ ମୁମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରିଛନ୍ତି। ରେଲୱେ ଜିଆରପି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା

Train Accident Train Koraput