Advertisment

ଡିଜେ ତାଳେ ତାଳେ ମତୁଆଲା ଥିଲେ ବରଯାତ୍ରୀ, ପହଞ୍ଚିଗଲା ପୁଲିସ, ଆଉ ତା’ପରେ...

ଜୟପୁର(ଟି.ଗୌରୀ ଶଙ୍କର) ବାଜୁଥିଲା ଡିଜେ। ନାଚ ଗୀତରେ ମତୁଆଲା ଥିଲେ ସମସ୍ତେ। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ନା ଥିଲା ସାମାଜିକ ଦୂରତା। ନାଥିଲା କାହା ମୁହଁରେ ଥିଲା ମାସ୍କ। ଏମିତି ଏକ ଜମାଣିଆ ଉତ୍ସବରେ ଏକ ବିବାହ ରୋଷଣୀ ଯାଉଥିବା ବେଳେ ହଠାତ୍‌ ସାଇରନ୍‌ ମାରି ପହଞ୍ଚିଥିଲା ପୁଲିସ। ଆଉ ପୁଲିସର ଅତର୍କିତ ଚଢ଼ାଉ ଦେଖି ବରଯାତ୍ରୀମାନେ ଚମ୍ପଟ ମାରିଥିଲେ। ଏମିତି ଏକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାରଗାରେ ଦେଖିବାକୁ ମିଳିଥିଲା। […]

author-image
Tapas Behera
ଡିଜେ ତାଳେ ତାଳେ ମତୁଆଲା ଥିଲେ ବରଯାତ୍ରୀ, ପହଞ୍ଚିଗଲା ପୁଲିସ, ଆଉ ତା’ପରେ...

bnm

ଜୟପୁର(ଟି.ଗୌରୀ ଶଙ୍କର) ବାଜୁଥିଲା ଡିଜେ। ନାଚ ଗୀତରେ ମତୁଆଲା ଥିଲେ ସମସ୍ତେ। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ନା ଥିଲା ସାମାଜିକ ଦୂରତା। ନାଥିଲା କାହା ମୁହଁରେ ଥିଲା ମାସ୍କ। ଏମିତି ଏକ ଜମାଣିଆ ଉତ୍ସବରେ ଏକ ବିବାହ ରୋଷଣୀ ଯାଉଥିବା ବେଳେ ହଠାତ୍‌ ସାଇରନ୍‌ ମାରି ପହଞ୍ଚିଥିଲା ପୁଲିସ। ଆଉ ପୁଲିସର ଅତର୍କିତ ଚଢ଼ାଉ ଦେଖି ବରଯାତ୍ରୀମାନେ ଚମ୍ପଟ ମାରିଥିଲେ। ଏମିତି ଏକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାରଗାରେ ଦେଖିବାକୁ ମିଳିଥିଲା।

Advertisment

ଏପରିକି ବାହାଘର ଆୟୋଜକ ପରିବାର ଓ ପୁଲିସ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ଯେ, ବୋରିଗୁମ୍ମାରେ ଚାରଗାଁରେ ଏକ ବିବାହ ଉତ୍ସବରେ ବହୁ ଭିଡ଼ ହୋଇଥିବା ଗତକାଲି ଖବର ପାଇଥିଲୁ। ସେଠି ଲୋକ ମାସ୍କ ପିନ୍ଧି ନଥିଲେ । ପାଖାପାଖି ୫୦୦-୧୦୦୦ ଲୋକ ଏକାଠି ହୋଇଥିଲେ।

ତହସିଲଦାରଙ୍କଠାରୁ ନିର୍ଦ୍ଦେଶ ପାଇ ଆମେ ଏକ ଟିମ୍‌ ନେଇ ସେଠାରେ ପହଞ୍ଚିଗଲୁ । ସେଠାରେ ଯାଇ ଦେଖିଲୁ ବାଜା ବଜେଇ ବହୁ ଲୋକଙ୍କ ଭିଡ଼ ହୋଇଛି। ବାହାହଘର ଭିଡ଼କୁ ଅଟକାଇ ଆୟୋଜକଙ୍କୁ ୮୦୦୦ ଟଙ୍କା ଫାଇନ କରିଥିଲଉ।  କୋଭିଡ୍‌ ନିୟମ ଉଲ୍ଲଂଘନ ଅନୁଯାୟୀ ଏହି ଫାଇନ କରାଯାଇଥିବା ସେ କହିଛନ୍ତି।  କରୋନାର ଦ୍ୱିତୀୟ ଲହରୀ ଜାରି ରହିଥିବା ବେଳେ ସରକାର କଡ଼ା କଟକଣା ଜାରି ରଖିଛନ୍ତି। ହେଲେ କିଛି ଅମାନିଆ କୋଭିଡ୍‌ ନିୟମକୁ ବେଖାତିର କରୁଥିବାରୁ ପରିସ୍ଥିତି ସଙ୍ଗୀନ ହେଉଥିବା ଚର୍ଚ୍ଚା ହେଉଛି।

Advertisment