Advertisment

ସ୍କୁଲ ବ୍ୟାଗରୁ ବାହାରିଲା ଗଞ୍ଜେଇ, ମାଡ଼ି ବସିଲା ପୁଲିସ୍‌

ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣରେ ମାହିର ମାଫିଆ ଏଥର ପୁଲିସ୍‌ ଆଖିରୁ ବର୍ତ୍ତିବାକୁ ଏକ ଉପାୟ ବାହାର କରିଛନ୍ତି। ହେଲେ ୪ ଜଣଙ୍କୁ ମାଡ଼ି ବସିଲା ପୁଲିସ୍‌ ।

author-image
Niharika Rout
ଅଦ୍ୟତନ ହୋଇଛି
ganja seized

ganja seized

ବହି ଖାତା ବଦଳରେ ସ୍କୁଲ ବ୍ୟାଗରେ ପଶିଥିଲା ଗଞ୍ଜେଇ । ସ୍କୁଲ, କଲେଜ ଯିବା ବଦଳରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ ୪ ଯୁବକ। ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣରେ ମାହିର ମାଫିଆ ଏଥର ପୁଲିସ୍‌ ଆଖିରୁ ବର୍ତ୍ତିବାକୁ ଏକ ଉପାୟ ବାହାର କରିଛନ୍ତି। ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲା  ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମଲେଗାଁ ଛକ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରିଛି। 

Advertisment

ଗିରଫ ୪ ଯୁବକଙ୍କ ମଧ୍ୟରେ ୨ ଜଣ ଉତ୍ତରପ୍ରଦେଶର ଓ ୨ ଜଣ ବିହାରର ବୋଲି ଜଣାପଡ଼ିଛି। ସେମାନେ ହେଲେ ୟୁପିର ସନ୍ଦୀପ, ସୁମିତ ଓ ବିହାରର ଅଜିତ ରାମ ଓ ସୋନୁ ରାମ।

ଏହି ୪ ଯୁବକ ଆନ୍ଧ୍ର ସୀମା ଦେଇ ଗଞ୍ଜେଇ ଭର୍ତ୍ତି ୪ଟି ସ୍କୁଲ ବ୍ୟାଗ ଧରି ଓଡ଼ିଶା ସୀମାରେ ପଶିଥିଲେ। ସେମାନେ ଗତକାଲି ସନ୍ଧ୍ୟାରେ ଓଡ଼ିଶା ସୀମାଠୁ ପ୍ରାୟ ୪୦ କିମି ଦୂର ଲମତାପୁଟରେ ଚାଲି ଚାଲି ଯାଉଥିଲେ।

Advertisment

ସେମାନଙ୍କ ଚାଲିଚଲଣ ସନ୍ଦେହ ହେବାରୁ ପୁଲିସ୍‌ ପକ୍ଷରୁ ତୁରନ୍ତ ସେମାନଙ୍କୁ ଅଟକା ଯାଇଥିଲା। ଏହାପରେ ଯାଞ୍ଚ ସମୟରେ ସେମାନଙ୍କ ବ୍ୟାଗରୁ ୨୦ କେଜି ଗଞ୍ଜେଇ ଜବତ ହୋଇଥିଲା।ଏହି ୪ ଯୁବକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଏହି ରାକେଟ କେତେ ଦୂର ଲମ୍ବିଛି ତାହାର ତଦନ୍ତ ଆରମ୍ଭ ହୋଇଛି।

ଗଞ୍ଜେଇ ଚାଲାଣ ରୋକିବାକୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଛି। ମଲେଗାଁ ଛକ ନିକଟରେ ୪ ଜଣ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ସେମାନଙ୍କୁ ଅଟକ ରଖି ଚଢ଼ାଉ କରାଯିବା ପରେ ୨୦ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ହେଉଛି ବୋଲି କହିଛନ୍ତି ମାଛକୁଣ୍ଡ ଏସଡିପିଓ ସଞ୍ଜୟ ମହାପାତ୍ର।