Advertisment

ଫେରିବା ବାଟରେ ପୋଲିଂ ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନାରାୟଣପାଟଣା (ପି. ଗୋବିନ୍ଦ ରାଜୁ ସୁବୁଦ୍ଧି): ନିର୍ବାଚନ ସାରି ଭୋଟ୍ ବାକ୍ସ ଧରି ଫେରୁଥିବା ବେଳେ ପୋଲିଂ ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତର କେସ୍କାପଡିରେ। କେସ୍କାପଡ଼ିରେ ଜିପ ଯୋଗେ ନିର୍ବାଚନ ସାରି ପୋଲିଂ ଅଧିକାରୀ ମାନେ ଭୋଟ ବାକ୍ସ ନେଇ ଫେରୁଥିଲେ। ତେବେ ଏକ ଘାଟି ଉପରେ ଚକା ଫାଟିଯିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡ଼ିରେ […]

ଫେରିବା ବାଟରେ ପୋଲିଂ ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ

accident

Advertisment

ନାରାୟଣପାଟଣା (ପି. ଗୋବିନ୍ଦ ରାଜୁ ସୁବୁଦ୍ଧି): ନିର୍ବାଚନ ସାରି ଭୋଟ୍ ବାକ୍ସ ଧରି ଫେରୁଥିବା ବେଳେ ପୋଲିଂ ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତର କେସ୍କାପଡିରେ।

Advertisment

କେସ୍କାପଡ଼ିରେ ଜିପ ଯୋଗେ ନିର୍ବାଚନ ସାରି ପୋଲିଂ ଅଧିକାରୀ ମାନେ ଭୋଟ ବାକ୍ସ ନେଇ ଫେରୁଥିଲେ। ତେବେ ଏକ ଘାଟି ଉପରେ ଚକା ଫାଟିଯିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଗାଡ଼ିରେ ଥିବା ଜଣେ ପୁଲିସ କର୍ମଚାରୀ ଏମ୍ କିଶୋର କୁମାର, ପୋଲିଂ କର୍ମଚାରୀ ପୁଷ୍ପରାଜ ସବର ଓ ସନ୍ଦା ହିମେରିକା ଆହତ ହୋଇଥିଲେ।

ସେମାନଙ୍କୁ ପ୍ରଥମେ କେସ୍କାପାଡି ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲେ। ଯାହା ପରେ ତିନି ଗୁରୁତରଙ୍କୁ ଲକ୍ଷ୍ମୀପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ବ୍ଲକ ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ସମସ୍ତ ଭୋଟ୍ ବାକ୍ସ ସୁରୁଖୁରୁରେ ଷ୍ଟ୍ରଙ୍ଗ ରୁମରେ ପହଞ୍ଚାଇଥିବା କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe