Advertisment

ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ଲାଗିଲା ପୋଷ୍ଟର, ମୁଣ୍ଡପିଛା ୧୦ ଲକ୍ଷ ପୁରସ୍କାର

ପୋଷ୍ଟରରେ ଯେଉଁ ଚାରି ଜଣଙ୍କ ନାଁ ରହିଛି ସେମାନେ ଟପ୍ କ୍ୟାଡର ନକ୍ସଲ ନେତା ଅଟନ୍ତି

ଅଦ୍ୟତନ ହୋଇଛି
poster

poster

Advertisment

କୋରାପୁଟ ବସଷ୍ଟାଣ୍ଡରେ ୪ଜଣ ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ଏନ୍‌ଆଇଏ ପକ୍ଷରୁ ପୋଷ୍ଟର ମରାଯାଇଛି । ଏନଆଇଏ ପକ୍ଷରୁ ଏହି ପୋଷ୍ଟର ମରାଯାଇଛି। ସେମାନଙ୍କୁ ଧରାଇଦେଲେ ବା ସେମାନଙ୍କ ବିଷୟରେ ସୂଚନା ଦେଲେ ମୁଣ୍ଡପିଛା ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

Advertisment

ପୋଷ୍ଟରରେ ଯେଉଁ ଚାରି ଜଣଙ୍କ ନାଁ ରହିଛି ସେମାନେ ଟପ୍ କ୍ୟାଡର ନକ୍ସଲ ନେତା ଅଟନ୍ତି। ସେମାନେ ହେଲେ ଜଳୁମାରି ଶ୍ରିନୁ ବାବୁ, ଖିଲୋ ରଞ୍ଜୁ, ଗଜରଲା ରବି ଓ ମେତୁରୁ ଜଗା ରାଓ। ଆଜି ସକାଳେ ଏହି ପୋଷ୍ଟରଟି ଲଗାଯାଇଛି। ସୂଚନା ଦାତାଙ୍କ ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରଖାଯିବା ନେଇ ଏନ୍‌ଆଇଏ ପକ୍ଷରୁ ଉଲ୍ଲେଖ ରହିଛି। କୋରାପୁଟ ବସଷ୍ଟାଣ୍ଡରେ ଲାଗିଥିବା ପୋଷ୍ଟରକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି।

Naxal NIA Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe