Advertisment

ଭାରରେ ବୁହା ହେଲେ ଗର୍ଭବତୀ, ବାଟରେ ଜନ୍ମଦେଲେ ଶିଶୁ କନ୍ୟା

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିଗୁଡା ଗାଁରେ ଘଟିଛି ଏହି ଘଟଣା।

pregnant woman

pregnant woman

Advertisment

ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଭାରରେ ବୁହା ହେଲେ ଗର୍ଭବତୀ। ବାଟରେ ଜନ୍ମ ଦେଲେ ଶିଶୁ କନ୍ୟା। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିଗୁଡା ଗାଁରେ ଘଟିଛି ଏହି ଘଟଣା। ଯନ୍ତ୍ରଣା ଭିତରେ ମେଡିକାଲ ପହଞ୍ଚିଥିବା ମହିଳା ଜଣକ ଏହି ଗାଁର ସୁନ୍ଦରୀ ଖିଲ।

Advertisment

ସୂଚନା ମୁତାବକ, ଏହି ଗାଁକୁ ଯିବାକୁ ଭଲ ରାସ୍ତା ନାହିଁ। ବର୍ଷ ବର୍ଷ ଧରି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଏଠାକର ଲୋକେ। ପ୍ରତିଦିନ ସେମାନଙ୍କୁ ପାଦଚଲା ରାସ୍ତାରେ ହିଁ ଯାତାୟତ କରିବାକୁ ପଡ଼ୁଛି। ପ୍ରଶାସନ ପକ୍ଷରୁ ଏଠାକୁ ରାସ୍ତା ନିର୍ମାଣ କରାଯାଉନି।

ଗତକାଲି ସନ୍ଧ୍ୟାରେ ସୁନ୍ଦରୀ ଖିଲଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକମାନେ ୧୦୨ ଆମ୍ବୁଲାନ୍ସକୁ ଫୋନ କରି ଡକାଇଥିଲେ। ହେଲେ ଗାଁକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁ ଠାରୁ ୩ କିଲୋମିଟର ଦୂର ମୁଣ୍ଡାପୁଟ ଗାଁ ରାସ୍ତାରେ ଅଟକି ରହିଥିଲା। ତେଣୁ ଗାଁ ଲୋକେ ସୁନ୍ଦରିଙ୍କୁ ଭାରରେ ନେଇ ଆମ୍ବୁଲାନ୍ସ ପାଖକୁ ବାହାରିଥିଲେ। ବଡ଼ କଷ୍ଟରେ ପାହାଡ଼, ଜଙ୍ଗଲ ଡେଇଁ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ। ପରେ ସେ ଆମ୍ବୁଲାନ୍ସ ଯୋଗେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାହାରିଥିଲେ। ହେଲେ ବାଟରେ ଆମ୍ବୁଲାନ୍ସ ଭିତରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

Advertisment

ପରେ ଲମତାପୁଟ ଡାକ୍ତରଖାନାକୁ ମା’ ଓ ଶିଶୁ କନ୍ୟାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ସେଠାରେ ମା ଓ ଶିଶୁ ସୁସ୍ଥ ଥିବା ଜଣାଯାଇଛି।

Medical Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe