ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ

କିଛି ଲୋକ ଯୋଗେଶ ଓ ସନ୍ତୋଷୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ।

ଏହି ପୋଖରୀରେ ବୁଡ଼ି ଯାଇଥିଲେ ଦୁଇ ଭାଇଭଉଣୀ

  • Published: Friday, 19 May 2023
  • , Updated: 19 May 2023, 01:51 PM IST

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପିପିଲପୁଟରେ ଶୁକ୍ରବାର ପୋଖରୀରେ ବୁଡ଼ି ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ଜୀନୁ ବଡ଼ନାୟକଙ୍କ ପୁଅ ଯୋଗେଶ (୫) ଓ ସନ୍ତୋଷୀ (୧୦)।

ଜୀନୁ ଗାଁ ପାଖ ତାଙ୍କ ଜମିରେ କାମ କରୁଥିଲେ। ତାଙ୍କ ସହିତ ଯୋଗେଶ ଓ ସନ୍ତୋଷୀ ବି ଥିଲେ। ଭାଇଭଉଣୀ ଜମିରେ ଖେଳୁଥିଲେ। ଖେଳାଖେଳି କରୁ କରୁ ଦୁହେଁ ପାଖରେ ଥିବା ଏକ ପୋଖରୀ ନିକଟକୁ ଚାଲି ଯାଇଥିଲେ।

ଛୁଆ ଦୁହିଁଙ୍କୁ ବେଶ୍ କିଛି ସମୟ ଧରି ପାଖରେ ନ ଦେଖିବାରୁ ଜୀନୁ ସେମାନଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ସେହି ସମୟରେ ସ୍ଥାନୀୟ କିଛି ଲୋକ ଯୋଗେଶ ଓ ସନ୍ତୋଷୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ।

ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related story