ପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର

କିଏ ବସ୍ତାରେ ପୂରାଇ ମୃତଦେହକୁ ଫୋପାଡିଲା,ଏହା ପଛରେ କାରଣ କ’ଣ ଥାଇ ପାରେ ତାକୁ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

skeletons

Representation image

Tapaswini Nayak
  • Published: Friday, 03 February 2023
  • Updated: 03 February 2023, 12:12 PM IST

Sports

Latest News

କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରୁ କଙ୍କାଳଟି ଉଦ୍ଧାର କରାଯାଇଛି। ତେବେ ଏହା ପୁରୁଷ କି ମହିଳାର କଙ୍କାଳ ତାହା ଜଣାପଡିନାହିଁ।

ଗତକାଲି ସ୍ଥାନୀୟ ଲୋକେ ମୁକ୍ତିଆମ୍ବ ନିକଟରେ ପରିତ୍ୟକ୍ତ ଅଖା ପଡ଼ିଥିବା ଦେଖିବାକୁ ଥିଲେ। ଆଖାଟି ଖୋଲିଲା ବେଳକୁ ସେଥିରେ ନର କଙ୍କାଳ ଥିବା ଦେଖିବାକୁ ମିଳିଥିଲା। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ମାଜିଷ୍ଟ୍ରେଟ ପହଞ୍ଚି ନର କକଙ୍କାଳକୁ ଜବତ କରିଥିଲେ।

କେହି ମୃତଦେହଟିକୁ ବସ୍ତାରେ ଭର୍ତ୍ତି କରି ୩ରୁ ୪ମାସ ତଳେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। କିଏ ବସ୍ତାରେ ପୂରାଇ ମୃତଦେହକୁ ଫୋପାଡିଲା,ଏହା ପଛରେ କାରଣ କ’ଣ ଥାଇ ପାରେ ତାକୁ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହାକୁ ନେଇ ପୁଲିସ୍‌ର କୌଣସି ପ୍ରତିକ୍ରିୟା ମିଳିପାରିନି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ମିଳିତ ଭାବେ ତନାଘନା କରୁଛନ୍ତି।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos