Advertisment

ଆଶା ଲିଭିଗଲା ଆଫଗାନିସ୍ତାନରେ...କୋରାପୁଟର ରୀନାଙ୍କୁ କଥା ଦେଇଥିଲେ ଦାନିଶ...

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦ ସହ ସମାନ  ସେହିଭଳି ଅନେକ କଥାକୁହା ଫଟୋକୁ ନିଜ କ୍ୟାମେରାରେ କଏଦ୍ କରି ବିଶ୍ୱ ଆଗରେ ଉପସ୍ଥାପନ କରିଥିଲେ ମୁମ୍ବାଇର ଖ୍ୟାତନାମା ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି।  ଆଫଗାନିସ୍ତାନରେ ତାଲିବାନ ବିରୋଧୀ ଅପରସେନ୍ କଭର୍ କରିବା ବେଳେ ଗୁଳିବାଜି। ମାତ୍ର ୪୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଦାନିଶ । ଏହି ନିର୍ଭିକ ଦିବଂଗତଙ୍କୁ ସାରାବିଶ୍ୱ ଝୁରୁଥିବା ବେଳେ, କୋରାପୁଟର ବଣ ପାହାଡ଼ ଘେରା ଏକ ଆଦିବାସୀ […]

ଅଦ୍ୟତନ ହୋଇଛି
ଆଶା ଲିଭିଗଲା ଆଫଗାନିସ୍ତାନରେ...କୋରାପୁଟର ରୀନାଙ୍କୁ କଥା ଦେଇଥିଲେ ଦାନିଶ...

790

Advertisment

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୁହାଯାଏ ଗୋଟିଏ ଫଟୋ ହଜାରେ ଶବ୍ଦ ସହ ସମାନ  ସେହିଭଳି ଅନେକ କଥାକୁହା ଫଟୋକୁ ନିଜ କ୍ୟାମେରାରେ କଏଦ୍ କରି ବିଶ୍ୱ ଆଗରେ ଉପସ୍ଥାପନ କରିଥିଲେ ମୁମ୍ବାଇର ଖ୍ୟାତନାମା ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି।  ଆଫଗାନିସ୍ତାନରେ ତାଲିବାନ ବିରୋଧୀ ଅପରସେନ୍ କଭର୍ କରିବା ବେଳେ ଗୁଳିବାଜି। ମାତ୍ର ୪୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଦାନିଶ । ଏହି ନିର୍ଭିକ ଦିବଂଗତଙ୍କୁ ସାରାବିଶ୍ୱ ଝୁରୁଥିବା ବେଳେ, କୋରାପୁଟର ବଣ ପାହାଡ଼ ଘେରା ଏକ ଆଦିବାସୀ ଗାଁ ପେଣ୍ଡାଜାମ ବି ଶୋକରେ ବୁଡ଼ିଛି ।

Advertisment

କୋରାପୁଟ ଜିଲ୍ଲା ମାଥାଲପୁଟ ନିକଟ ଦୁର୍ଗମ ଆଦିବାସୀ ଗାଁ ପେଣ୍ଡାଜାମ । ଆଉ ଏଠାକାର ଆଶା କର୍ମୀ ରିନା ଯାନୀ ରିନା ଜାଣନ୍ତିନି ଦାନିଶ ସିଦ୍ଦିକି କିଏ ଥିଲେ, କଣ କରୁଥିଲେ, କେମିତି ମଲେ ?  ରିନା ଏକଥା ବି ଜାଣନ୍ତିନି ଯେ, ଦାନିଶ ଉଠାଇଥିବା ତାଙ୍କର ଏହିସବୁ  ଫଟୋ ସାରା ଦୁନିଆ ଦେଖିଛି । ଖାଲି ଏତିକି ଜାଣନ୍ତି, ଯେଉଁ ଗାଁକୁ ଠିକ୍‌ରେ ମୋବାଇଲ୍ ନେଟଓ୍ୱର୍କ ବି ଆସେନି, ସେଠାକୁ ଓଡ଼ିଶା ବାହାରୁ ଜଣେ ବାବୁ ଆସି ବଡ଼ କ୍ୟାମେରାରେ ଫଟୋ ଉଠାଉଥିଲେ। ହିନ୍ଦୀ ଓ ଇଂରାଜୀରେ କଥା ହେଉଥିଲେ। ଆଉ ତାଙ୍କ ଝିଅଙ୍କ ଦଶମ ପରେ ଆଗକୁ ପାଠପଢ଼ା ପାଇଁ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ ଦାନିଶ। ହେଲେ ସେଇ ଆଶା ଆଫଗାନିସ୍ଥାନରେ ତାଲିବାନୀ ଗୁଳି ବର୍ଷାରେ ଲିଭି ଯାଇଛି।

କରୋନା ଟିକା କେମିତି କଂପାନୀରୁ ବାହାରି ଶହ ଶହ କିଲୋମିଟର ଯାତ୍ରା କରି ଏକ ଅପହଞ୍ଚ ଇଲାକାରେ ଲୋକଙ୍କ ହାତରେ ଲାଗୁଛି, ତାହାର ପୁରା ଘଟଣାକ୍ରମ କ୍ୟାମେରାରେ କଏଦ କରିବାକୁ ଗତ ଜାନୁଆରୀରେ ପେଣ୍ଡାଜାମ ଆସିଥିଲେ ଦାନିଶ।  ସହଯୋଗୀ ଓଡ଼ିଆ ସାମ୍ବାଦିକ ଯତୀନ ଦାଶଙ୍କ ସହ ଯାଇ କୋରାପୁଟ ସିଡିଏମ୍ଓ ଏବଂ ମାଥାଲପୁଟ ସିଏଚ୍ସି ଡାକ୍ତରଙ୍କୁ ବି ଭେଟିଥିଲେ । ୨ଦିନର ରହଣୀ ଭିତରେ ରିନା ଓ ତାଙ୍କ ପରିବାର ପାଇଁ ସେ ପାଲଟିଯାଇଥିଲେ ଜଣେ ଚିହ୍ନା ଲୋକ । ଆଉ ଏବେ ତାଙ୍କ ଅକାଳ ବିୟୋଗ କଥା ଶୁଣି ସମସ୍ତେ ଦୁଃଖିତ ।

Advertisment

ମୁମ୍ବାଇର ଦାନିଶ ଦୀର୍ଘ ୧୦ ବର୍ଷ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ୍ ପାଇଁ କାଯର୍ୟ କରୁଥିଲେ ଏବଂ ସଂସ୍ଥାର ଇଣ୍ଡିଆ ହେଡ୍ ଥିଲେ। ୨୦୧୫ ନେପାଳ ଭୂକମ୍ପ, ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା, ହଂକଂ ଆନ୍ଦୋଳନ ଠୁ ଆରମ୍ଭ କରି ଭାରତରେ କରୋନା ବିଭୀଷିକା ଯାଏଁ  ନିଜ କ୍ୟାମେରାରେ କଏଦ୍ କରିଥିଲେ। ଅନେକ ହୃଦୟସ୍ପର୍ଶୀ ତଥା ଚର୍ଚ୍ଚିତ କଥାକୁହା ଫଟୋ  (ଫଟୋ) ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟା ସଂପର୍କିତ ଫଟୋ ସାମ୍ବାଦିକତା ପାଇଁ ୨୦୧୮ରେ ତାଙ୍କୁ ସମ୍ମାନଜନକ ପୁଲିତଜର ପୁରସ୍କାର ମିଳିଥିଲା।  ଗତ ଗୁରୁବାର ଆଫଗାନିସ୍ତାନରେ ସ୍ପେଶାଲ ଫୋର୍ସ ସହ ଯୋଡ଼ି ହୋଇ ତାଲିବାନ ବିରୋଧୀ ଅପରେସନକୁ କଭର୍ କରୁଥିବା ବେଳେ, ଗୁଳିବାଜି ତାଙ୍କ ମୃତ୍ୟୁ ହୋଇଛି। ଏଥିପାଇଁ ସାରାବିଶ୍ୱରୁ ଶୋକବାର୍ତା ଛୁଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe