Advertisment

ହାର ମାନି ନାହାନ୍ତି କି ଥକି ପଡ଼ି ନାହାନ୍ତି ଇନ୍ଦୁମତି

ପରିବାର ଆର୍ଥିକ ଦୁଃଖ ଭିତରେ ସ୍ୱାମୀଙ୍କ ଋଣର ବୋଝ ପଡ଼ିଲା ଇନ୍ଦୁମତିଙ୍କ ଉପରେ। ଏପରି ସମୟରେ ସାହି ଭାଇମାନେ ପାଖରୁ ଦୂରେଇ ଗଲେ। କିଛି ଉପାୟ ନପାଇ ଇନ୍ଦୁମତି ଦୁଇ ପିଲାଙ୍କୁ ଘରେ ଛାଡ଼ି ଚାରି କାନ୍ଥ ଭିତରୁ ଗୋଡ଼ କାଢ଼ିଲେ।

Koraput

Koraput

Advertisment

ବୟସ ପାଖାପାଖି ୮୦। ପରିଣତ ସମୟରେ ଥକି ଯାଇନାହାନ୍ତି। ଆଜି ମଧ୍ୟ ସେ କର୍ମଠ ଓ ଚଳଚଞ୍ଚଳ। ତାଙ୍କ ପରିଚୟ କେବଳ ଜଣେ ସାଧାରଣ ଗୃହିଣୀ ନୁହେଁ, ସେ ଜୟପୁର ସହରର ଜଣେ ଜଣାଶୁଣା ବ୍ୟବସାୟୀ ଇନ୍ଦୁମତି ନାୟକ। ଦୀର୍ଘ ୪୫ ବର୍ଷ ଧରି ଜୟପୁର ମହାତ୍ମାଗାନ୍ଧୀ ରୋଡ୍‌ରେ ଏକ ଇଲେକ୍ଟ୍ରିକାଲ୍‌ ଦୋକାନ ଚଳାଇ ଆସୁଛନ୍ତି ଇନ୍ଦୁମତି।

Advertisment

ଇନ୍ଦୁମତି ନାୟକ। ୧୫ରୁ ୧୬ ବର୍ଷ ବୟସରେ ସେ ଜୟପୁର ସହରର ଜଣାଶୁଣା ବ୍ୟବସାୟୀ ମନୋଜ କୁମାର ନାୟକଙ୍କୁ ବିବାହ କରିଥିଲେ। ବିବାହ ପରେ ନିଜ ବ୍ୟବସାୟରେ ବ୍ୟସ୍ତ ରହୁଥିଲେ ମନୋଜ। ଆଉ ଘର ସଂସାର ଚଳାଉ ଥିଲେ ଇନ୍ଦୁମତି। ମନୋଜ ହେଉଛନ୍ତି କୋରାପୁଟ ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ତାଙ୍କୁ ୩ଟି ଦୋକାନ ରହିଥିଲା। ଏହାଛଡ଼ା ସେ(ମନୋଜ) ଗୋଟିଏ ସିନେମା ହଲ ନିର୍ମାଣ କରୁଥିଲେ। ଯାହାକି ନାଁ ରଖିଥିଲେ ଏମ୍‌କେଟି ହଲ୍‌। ହେଲେ ସିନେମା ହଲ୍‌ ନିର୍ମାଣ କାର୍ଯ୍ୟ ସରିବା ପୂର୍ବରୁ ମନୋଜ କୁମାର ନାୟକଙ୍କ ଦେହାନ୍ତ ହୋଇଥିଲା। ସ୍ୱାମୀଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିଲେ ଇନ୍ଦୁମତି। ଦୁଇ ପିଲାଙ୍କୁ ନେଇ ଚଳିବେ କେମିତି? ତାକୁ ନେଇ ଚିନ୍ତାରେ ପଡ଼ିଗଲେ।

ପରିବାର ଆର୍ଥିକ ଦୁଃଖ ଭିତରେ ସ୍ୱାମୀଙ୍କ ଋଣର ବୋଝ ପଡ଼ିଲା ଇନ୍ଦୁମତିଙ୍କ ଉପରେ। ଏପରି ସମୟରେ ସାହି ଭାଇମାନେ ପାଖରୁ ଦୂରେଇ ଗଲେ। କିଛି ଉପାୟ ନପାଇ ଇନ୍ଦୁମତି ଦୁଇ ପିଲାଙ୍କୁ ଘରେ ଛାଡ଼ି ଚାରି କାନ୍ଥ ଭିତରୁ ଗୋଡ଼ କାଢ଼ିଲେ। ଆଉ ମହାଜନମାନଙ୍କୁ କଥା ଦେଲେ। ସ୍ୱାମୀଙ୍କ ସବୁ ଋଣ ଟଙ୍କା ପରିଶୋଧ କରିବେ ବୋଲି କହିଥିଲେ। ଏହା ପରେ ଅର୍ଥାତ ୧୯୭୮ ମସିହାରେ ସ୍ୱାମୀଙ୍କ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଚାଲି ଯାଇଥିଲେ।

Advertisment

ସାହି ପଡ଼ିଶାଙ୍କ ଟାହି ଟାପରାକୁ ସହ୍ୟ କରି ଇନ୍ଦୁମତି ପ୍ରତିଦିନ ନିଜ ଦୋକାନକୁ ଯାଉଥିଲେ। ଆଉ ନିଜ ହାତରେ କାମ କରୁଥିଲେ। ସନ୍ଧ୍ୟା ହେଲେ ଘରକୁ ଫେରୁଥିଲେ। ସେଥିରୁ ଯାହା ଉପାର୍ଜନ କରୁଥିଲେ, ସେଥିରେ ପରିବାର ଚଳାଉଥିଲେ। ଆଉ ଯାହା ସଞ୍ଚୟ କରୁଥିଲେ, ତାହା ମହାଜନଙ୍କ ଋଣ ଟଙ୍କା ପରିଶୋଧ କରୁଥିଲେ। ଦୁଇ ବର୍ଷରେ ସ୍ୱାମୀଙ୍କ ଋଣ ଟଙ୍କା ପରିଶୋଧ କରିଥିଲେ। ଏଥିସହ ସ୍ୱାମୀ ଇଚ୍ଛା ଏମ୍‌କେଟି ସିନେମା ହଲ୍‌ର ନିର୍ମାଣ କାର୍ଯ୍ୟ ସାରିଥିଲେ।

ଇନ୍ଦୁମତି ନାୟକଙ୍କୁ ୮୦ ବର୍ଷରେ ପଦାର୍ପଣ କଲେଣି। ଏବେ ସେ ଋଣ ମୁକ୍ତ। ପିଲାମାନଙ୍କୁ ପଠ ପଢ଼ାଇ ଯୋଗ୍ୟ କରିଛନ୍ତି। ବାହା ମଧ୍ୟ କରାଇ ଦେଇଛନ୍ତି। ଏ ବୟସରେ ସେ ଚଳଚଞ୍ଚଳ। ଥକି ପଡ଼ି ନାହାନ୍ତି। ଚମ ଧୁଡ୍ ଧୁଡ୍‌ ପଡ଼ିଗଲାଣି। ତଥାପି ସେ ପ୍ରତିଦିନ ସକାଳେ ଦୋକାନକୁ ଯାଉଛନ୍ତି। ଆଉ ସନ୍ଧ୍ୟା ବେଳେ ଘରକୁ ଫେରୁଛନ୍ତି। କାହା ହାତକୁ ନ ଅନାଇ ନିଜର କାର୍ଯ୍ୟ କରୁଛନ୍ତି।

ନେଇ ଇନ୍ଦୁମତି ନାୟକ କହିଛନ୍ତି, ସ୍ୱାମୀଙ୍କ ଦେହାନ୍ତ ପରେ ବେଶୀ ଦିନ ଘର ଭିତରେ ରହିପାରିଲି ନାହିଁ। ଘରୁ ବାହାରିବା ପାଇଁ ବାଧ୍ୟ ହେଲି। ସମସ୍ତଙ୍କ ଟାହି ଟାପରାକୁ ଶୁଣିବାକୁ ପାଇଛି। ତାକୁ ସବୁ ଧର୍ଯ୍ୟର ସହ ସହିଯାଇଛି। କାହାକୁ ଦେଖି ନାହିଁ। କେବଳ ନିଜକୁ ଦେଖି ରାସ୍ତାରେ ଚାଲିଲି। ମୁଁ ଯଦି ପଥହରାଇ ହୋଇଯାଇଥାଆନ୍ତି, ତାହାହେଲେ ଆଜି ସମାଜରେ ବଞ୍ଚି ପାରିନଥାଆନ୍ତି। ଭଗବାନଙ୍କ ଆଶୀର୍ବାଦରେ ଆଗକୁ ବଢ଼ିଲି ବୋଲି ଇନ୍ଦୁମତି କହିଛନ୍ତି।

ରିପୋର୍ଟ-ଜୟପୁରରୁ ଟି.ଗୌରୀ ଶଙ୍କର

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe