Advertisment

୧୦ମ ପରୀକ୍ଷା ଦେଇ ଜଳଭଣ୍ଡାରକୁ ଯାଇଥିଲେ ଗାଧୋଇ, ପାଣିରେ ବୁଡ଼ି ଜଣେ ନିଖୋଜ

ଆଜି ଅପରାହ୍ନରେ ଘଟିଥିବା ଏହି ଘଟଣାକୁ ନେଇ ଜଳଭଣ୍ଡାର ପାଖରେ ଦୁଃଖର ବାତାବରଣ ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Kolab reservoir

Kolab reservoir

Advertisment

କୋଲାବ ଜଳଭଣ୍ଡାରରେ ବୁଡି ଦଶମ ଶ୍ରେଣୀ ଛାତ୍ର ନିଖୋଜ। ନିଖୋଜ ଛାତ୍ର ଜଣକ କୋରାପୁଟ ସେମିଳିଗୁଡ଼ାର ଗୌତମ ଜେନା। ଆଜି ଅପରାହ୍ନରେ ଘଟିଥିବା ଏହି ଘଟଣାକୁ ନେଇ ଜଳଭଣ୍ଡାର ପାଖରେ ଦୁଃଖର ବାତାବରଣ ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛି।

Advertisment

ଆଜି ସିବିଏସ୍‌ଇ ୧୦ମ ପରୀକ୍ଷା ସରିବା ପରେ ସେମିଳିଗୁଡ଼ାର ୩ ଜଣ ସାଙ୍ଗ ଗୋଟିଏ ବାଇକରେ ଚିକାପାର ନିକଟ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସତର୍କତା ଅଭାବରୁ ସେମାନଙ୍କ ମଧ୍ୟରୁ ଜଣେ ବୁଡି ନିଖୋଜ ହୋଇଯାଇଥିଲା।

ଅଘଟଣ ପରେ ଭୟରେ ଗୌତମଙ୍କ ସହ ଥିବା ଦୁଇ ସାଙ୍ଗ ଘଟଣାସ୍ଥଳ ଛାଡ଼ି ଘରକୁ ପଳାଇଥିଲେ। ଏନେଇ ସୁନାବେଡା ଥାନାରେ ଅଭିଯୋଗ ପରେ ପୁଲିସ ଦୁଇ ଜଣଙ୍କ ଘରେ ପହଞ୍ଚି ଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

Advertisment
Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe