ଗଛ ମୂଳେ ଅନଲାଇନ ପାଠପଢ଼ା

ଲମତାପୁଟ( ଜଗତ ଜୀବନ): ରାଜ୍ୟ ସରକାରଙ୍କ ଅନଲାଇନ ପାଠ ପଢା ଆରମ୍ଭ ହେବା ପରେ ଏବେ ଅତି ଦୟନୀୟ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି  ।  କିଏ ଗଛ ମୂଳେ ତ’ ଆଉ କିଏ ନିଜ ବିଦ୍ୟାଳୟ ବାରଣ୍ଡାରେ ବସି ୟୁଟ୍ୟୁବ୍‌ ମଧ୍ୟରେ ପାଠ ପଢା ଆରମ୍ଭ କରିଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉପାନ୍ତ ମାଛକୁଣ୍ଡ ଓ ଅନକାଡେଲି ଅଂଚଳରେ । ସରକାରଙ୍କ ଅନଲାଇନ ପାଠ ପଢ଼ା ଯୋଜନାକୁ […]

709

Tapas Behera
  • Published: Monday, 21 June 2021
  • , Updated: 21 June 2021, 05:39 PM IST

ଲମତାପୁଟ( ଜଗତ ଜୀବନ): ରାଜ୍ୟ ସରକାରଙ୍କ ଅନଲାଇନ ପାଠ ପଢା ଆରମ୍ଭ ହେବା ପରେ ଏବେ ଅତି ଦୟନୀୟ ଅବସ୍ଥାରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି  ।  କିଏ ଗଛ ମୂଳେ ତ’ ଆଉ କିଏ ନିଜ ବିଦ୍ୟାଳୟ ବାରଣ୍ଡାରେ ବସି ୟୁଟ୍ୟୁବ୍‌ ମଧ୍ୟରେ ପାଠ ପଢା ଆରମ୍ଭ କରିଛନ୍ତି ।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉପାନ୍ତ ମାଛକୁଣ୍ଡ ଓ ଅନକାଡେଲି ଅଂଚଳରେ । ସରକାରଙ୍କ ଅନଲାଇନ ପାଠ ପଢ଼ା ଯୋଜନାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍ୱାଗତ କରିଛନ୍ତି ସତ ହେଲେ ଅଧିକାଂଶ ଅଞ୍ଚଳରେ ନେଟୱର୍କର ସୁବିଧା ନ ଥିବା ଯୋଗୁ ବହୁ ଛାତ୍ରଛାତ୍ରୀମାନେ ଅନଲାଇନ ପାଠପଢାରୁ ବଞ୍ଚିତ ହେଉଛନ୍ତି । ଗୋଟିଏ ପଟେ ନେଟୱର୍କ ଓ ଅନ୍ୟ ପଟେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ୍‌ର ବ୍ୟବସ୍ଥା ନାହିଁ।

ଉନ୍ନତି ମାନର ମୋବାଇଲ ଫୋନର ସୁବିଧା ନଥିବାରୁ  ଅତି ଦୟନୀୟ ଅବସ୍ଥାରେ ଗଛ ମୂଳେ ଓ ବିଦ୍ୟାଳୟ ବାରଣ୍ଡାରେ ବସି  ଅନଲାଇନ ପାଠପଢ଼ା ଆରମ୍ଭ କରିଛନ୍ତି । ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଥିବାରୁ ଅଧିକାଂଶ ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଶିକ୍ଷକ ମାନେ ମଧ୍ୟ ପ୍ରକାଶ କରିଛନ୍ତି । ଅନ୍ୟପଟେ ଟିଭି ମାଧ୍ୟମରେ କିମ୍ବା ଅଫଲାଇନ ମଧ୍ୟରେ ପାଠପଢା ଇବାକୁ କିଛି ଛାତ୍ର ଛାତ୍ରୀ ମାନେ ଅନୁରୋଧ କରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ୟୁଯ୍ୟୁରେ ପାଠ ପଢି ବେଶ ଉତ୍ସାହିତ ହୋଇଛନ୍ତି।

Related story