Advertisment

ସାର କଳାବଜାରୀକୁ ନେଇ ଜିଲ୍ଲା କୃଷି ଆଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ

ଜୟପୁର(ଓଡ଼ିଶା ରିପୋର୍ଟର): ସାରର ଅଭାବ ଓ କଳାବଜାରୀକୁ ନେଇ ଆଜି କୋରାପୁଟ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା। ଖରିଫ ଋତୁରେ ସାରର ଅଭାବ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ଆବଶ୍ୟକତା ଠାରୁ ବହୁ କମ ପରିମାଣର ସାରା ଯୋଗାଣ କରାଯାଇଥିବାରୁ ଚାଷୀ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେପଟେ ଅଗଷ୍ଟ ମାସ ସୁଦ୍ଧା ଜିଲାରେ କେବଳ ୬୦% ସାର ମହଜୁଦ ଥିବାବେଳେ ୟୁରିଆ, ଗ୍ରୋମର […]

ସାର କଳାବଜାରୀକୁ ନେଇ ଜିଲ୍ଲା କୃଷି ଆଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ

5n1

Advertisment

ଜୟପୁର(ଓଡ଼ିଶା ରିପୋର୍ଟର): ସାରର ଅଭାବ ଓ କଳାବଜାରୀକୁ ନେଇ ଆଜି କୋରାପୁଟ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା। ଖରିଫ ଋତୁରେ ସାରର ଅଭାବ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ଆବଶ୍ୟକତା ଠାରୁ ବହୁ କମ ପରିମାଣର ସାରା ଯୋଗାଣ କରାଯାଇଥିବାରୁ ଚାଷୀ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Advertisment

ସେପଟେ ଅଗଷ୍ଟ ମାସ ସୁଦ୍ଧା ଜିଲାରେ କେବଳ ୬୦% ସାର ମହଜୁଦ ଥିବାବେଳେ ୟୁରିଆ, ଗ୍ରୋମର ଓ ପୋଟାସ  ସାରର ଅଭାବ ରହିଛି। ସାରର ଅଭାବର ସୁଯୋଗ ନେଇ କଲବଜାର କରୁଛନ୍ତି ଦଲାଲ । ଏପରି ସମସ୍ୟାକୁ ନେଇ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଆଜି ମୁଖ୍ୟ ଜିଲ୍ଲା  କୃଷି ଅଧିକାରୀଙ୍କ କାର୍ଯ୍ୟଳୟକୁ ଘେରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଥିଲା। ଚାଷୀଙ୍କୁ ତୁରନ୍ତ ସାର ଠିକ ଦର ସହ ଆବଶ୍ୟକୀୟ ସାର ଯୋଗାଣ ନହେଲେ ଆସନ୍ତା ସପ୍ତାହ ମଧ୍ୟରେ ଆନ୍ଦୋଳନ ପାଇଁ  ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା।

ଏପରିକି  ଖରିଫ ଋତୁ ପାଇଁ ଚାଷ କାର୍ଯ୍ୟ ଚାଲୁଥିବା ବେଳେ ସାରର ଅଭାବ ଦେଖାଯାଇଛି। ବିଭିନ୍ନ ସ୍ଥାନରେ ରହୁଥିବା ଡିଲର ମାନେ ଚଢା ଦରରେ ବିକିବା ପାଇଁ ବେଆଇନ ମହଜୁଦ ରଖିଥିବା ଅଭିଯୋଗ କରିଛି କିଷାନ କଂଗ୍ରେସ। ସେପଟେ ଏପରି ଅଭିଯୋଗକୁ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି  ଖୁବଶୀଘ୍ର ଚାଷୀଙ୍କ ନିକଟରେ ସାର ଯୋଗାଣ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe