Advertisment

ପରିବାର ଲୋକଙ୍କ ଅଭିଯୋଗ; ‘ଚିକିତ୍ସା ଅଭାବରୁ ଗଲା ଜୀବନ’

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗରେ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଉତ୍ତେଜନା ଦେଖାଦେଇଛି । ମେଡିକାଲ କଲେଜ ବାହାରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି । ମୃତକ ହେଲେ କୋରାପୁଟ ସହରର ଅମିତ କୁମାର ଦାସ ।   ୩ ଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅମିତ ମେଡିକାଲ ଯାଇଥିଲେ। ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇନଥିଲେ । […]

ପରିବାର ଲୋକଙ୍କ ଅଭିଯୋଗ; ‘ଚିକିତ୍ସା ଅଭାବରୁ ଗଲା ଜୀବନ’

koraput-2

Advertisment

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗରେ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଉତ୍ତେଜନା ଦେଖାଦେଇଛି । ମେଡିକାଲ କଲେଜ ବାହାରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି । ମୃତକ ହେଲେ କୋରାପୁଟ ସହରର ଅମିତ କୁମାର ଦାସ ।

Advertisment

୩ ଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅମିତ ମେଡିକାଲ ଯାଇଥିଲେ। ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇନଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅମିତଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅବହେଳା କରିଥିବା ଡାକ୍ତର ଓ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି ମୃତକଙ୍କ ପରିବାର ଓ ସମ୍ପର୍କୀୟ । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଖବର ପାଇ ପୁଲିସ୍‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe