Advertisment

ନୂଆ ରୂପରେ ଆସିଲା, ଉପାନ୍ତରେ ଗଡ଼ିବ ରଙ୍ଗିନ ହୀରାଖଣ୍ଡ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ପ୍ରତିଶ୍ରୁତି ପାଳନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୨୧ ବର୍ଷର ହୀରାଖଣ୍ଡ ଏକ୍ସପ୍ରେସ୍‌ର ରୂପ ବଦଳିଛି। ନୂଆ ଅନ୍ଦାଜ ଓ ଭିନ୍ନ ଚମକ ନେଇ ଟ୍ରାକ୍‌କୁ ଆସିଛି ହୀରାଖଣ୍ଡ ଏକ୍ସପ୍ରେସ୍‌। ପୁରୁଣା ଠାରୁ ଅତ୍ୟାଧୁନିକ ସେବା ପାଇବେ ଯାତ୍ରୀ।  ନୂତନ LHB ବଗି ଯୁକ୍ତ ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ ଆଜି କୋରାପୁଟରେ ପହଞ୍ଚିଛି । ଟ୍ରେନ ଯାତ୍ରା କରିଥିବା ଯାତ୍ରୀ ବେଶ ଖୁସି ଅଛନ୍ତି। ଏଥିନେଇ କୋରାପୁଟ ଜିଲ୍ଲାବାସୀ ରେଳ ମନ୍ତ୍ରୀଙ୍କ ପଦକ୍ଷେପକୁ […]

ନୂଆ ରୂପରେ ଆସିଲା, ଉପାନ୍ତରେ ଗଡ଼ିବ ରଙ୍ଗିନ ହୀରାଖଣ୍ଡ

5gn

Advertisment

କୋରାପୁଟ(ସୂର୍ଯ୍ୟ ପଣ୍ଡା): ପ୍ରତିଶ୍ରୁତି ପାଳନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୨୧ ବର୍ଷର ହୀରାଖଣ୍ଡ ଏକ୍ସପ୍ରେସ୍‌ର ରୂପ ବଦଳିଛି। ନୂଆ ଅନ୍ଦାଜ ଓ ଭିନ୍ନ ଚମକ ନେଇ ଟ୍ରାକ୍‌କୁ ଆସିଛି ହୀରାଖଣ୍ଡ ଏକ୍ସପ୍ରେସ୍‌। ପୁରୁଣା ଠାରୁ ଅତ୍ୟାଧୁନିକ ସେବା ପାଇବେ ଯାତ୍ରୀ।  ନୂତନ LHB ବଗି ଯୁକ୍ତ ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ ଆଜି କୋରାପୁଟରେ ପହଞ୍ଚିଛି । ଟ୍ରେନ ଯାତ୍ରା କରିଥିବା ଯାତ୍ରୀ ବେଶ ଖୁସି ଅଛନ୍ତି। ଏଥିନେଇ କୋରାପୁଟ ଜିଲ୍ଲାବାସୀ ରେଳ ମନ୍ତ୍ରୀଙ୍କ ପଦକ୍ଷେପକୁ ନେଇ ବେଶ ପ୍ରଂଶ ସା କରିବା ସହ ଖୁସି ପ୍ରକଟ କରିଛନ୍ତି । ଏବେ ଜୟପୁର, ମାଲକାନଗିରି ,ଜୟପୁର-ନବରଂଗପୁର,ଥେରୁବାଲି- ପଦ୍ମପୁରଗୁଣୁପୁର ରେଳପଥ ନିର୍ମାଣ ନେଇ ଲୋକେ ବେଶ ଆଶାବାଦୀ ହୋଇପଡିଛନ୍ତି । ଏ ନେଇ ମନ୍ତ୍ରୀ ଏ ସମସ୍ତ ରେଳ ପ୍ରକଳ୍ପର ଅଗ୍ରଗତିନେଇ ଗତକାଲି ଆୟୋଜିତ ଉଦଘାଟନୀ ଉତ୍ସବରେ  ସୂଚନା ଦେଇଛନ୍ତି । କୋରାପୁଟର ପର୍ଯ୍ୟଟନର ବିକାଶ,ପର୍ଯ୍ୟଟକଙ୍କୁ ଆକୃଷ୍ଟ  କରିବାନେଇ ସ୍ୱତନ୍ତ୍ର ରେଳ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରିବେ ତା ଅପେକ୍ଷାରେ କୋରାପୁଟ ବାସୀ ।

Advertisment

ହୀରାଖଣ୍ଡ ଏକ୍ସପ୍ରେସରେ ନୂଆ କୋଚ ବେଶ ଆରାମଦାୟକ ହେବ ବୋଲି ଯାତ୍ରୀ କହିଛନ୍ତି। LHB କୋଚ୍ ଯୁକ୍ତ ହୀରାଖଣ୍ଡ ଟ୍ରେନ ଏବେ  ଆଣ୍ଟି-ଟେଲିସ୍କୋପିକ୍, ନିରାପଦ, ହାଲୁକା ଏବଂ ଅଧିକ ଆରାମଦାୟକ  ହୋଇଛି। ଭୁବନେଶ୍ୱର-ରାୟଗଡ-କୋରାପୁଟ-ଜଗଦଲପୁରକୁ ଯୋଗାଯୋଗ  କରୁଥୁବା ଏହି ହୀରାଖଣ୍ଡ ଏକ୍ସପ୍ରେସକୁ  ଆଧୁନିକୀକରଣ କରାଯାଇଛି।ବିଶେଷ କରି ଓଡିଶା ,ଆନ୍ଧ୍ର ,ଛତିଶଗଡ ୩ଟି ରାଜ୍ୟଦେଇ  ୭୮୪ କିମି ଯାତ୍ରା କରୁଛି  ଏହି ଟ୍ରେନ୍‌।  ।୨୧ ଟି ସ୍ଥାନରେ ରହଣି କରୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ପୂର୍ବପରି ୧୨ଟି କୋଚ ରହିଛି । ଗୋଟାଏ ଏସି ୨ ଟାୟାର୍, ୨ଟି  ଏସି -୩ ଟାୟାର୍, ୪ଟି ସ୍ଲିପର୍ କ୍ଲାସ୍, ଥ୍ରୀ ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 0୨ ଗାର୍ଡ-କମ୍‌ ଲଗେଜ୍  କୋଚ୍ ରହିଛି  |

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe