Advertisment

ଆଦିବାସୀଙ୍କ ଦୁଃଖ ଶୁଣିଲାନି ସରକାର, ବାଧ୍ୟ ହୋଇ କୂଅ ଖୋଳିଲେ

ଓଡ଼ିଶା ଧନୀ। ଶାସନରେ ଥିବା ଦଳ ବି ଧନୀ। ହେଲେ ଓଡ଼ିଶାବାସୀ ଗରିବ। ଯାହାର ଜ୍ୱଳନ୍ତ ଛବି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ବାଉଁଶଗୁଡା ଗାଁ’ରେ ଦେଖିବାକୁ ମିଳିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
tribals dig wells

tribals dig wells

ଓଡ଼ିଶା ଧନୀ। ଶାସନରେ ଥିବା ଦଳ ବି ଧନୀ। ହେଲେ ଓଡ଼ିଶାବାସୀ ଗରିବ। ଯାହାର ଜ୍ୱଳନ୍ତ ଛବି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ଅଧିନସ୍ଥ ବାଉଁଶ ଗୁଡା ଗାଁ’ରେ ଦେଖିବାକୁ ମିଳିଛି। ଏଠାରେ ୮୦ ଆଦିବାସୀ ପରିବାର ରୁହନ୍ତି। ଲୋକସଂଖ୍ୟା ପ୍ରାୟ ୬ଶହ ହେବ। ହେଲେ ସେମାନଙ୍କୁ ମିଳୁନି ପାନୀୟଜଳ ସୁବିଧା। ଜିଲ୍ଲା ପ୍ରଶାସନ ଠାରୁ ସରକାରଙ୍କ ପର୍ଯ୍ୟନ୍ତ କେତେ ଗୁହାରି କଲେ। ହେଲେ କେହିବି ଶୁଣିଲେଣି। ନାଳର ଗୋଳିଆ ପାଣି ପିଇ ରୋଗ ବ୍ୟାଧିରେ ପଡ଼ୁଥିବା ଏଠାକାର ଲୋକେ ଶେଷରେ ଏକାଠି ହୋଇ ଏକ କୂଅ ଖୋଳି ଦେଇଛନ୍ତି। କୂଅରୁ ବାହାରୁଛି ପରିଷ୍କାର ଓ ମିଠା ପାଣି। ଯାହା ପରେ ସେମାନେ ଏବେ ଖୁବ୍‌ ଖୁସୀ।

Advertisment

ସରକାରୀ ମାଲ୍‌ ଦରିଆରେ ଡାଲ ନୀତିରେ ସରକାର ଏଠାରେ ପାନୀୟଜଳ ପ୍ରକଳ୍ପ କରିଛନ୍ତି ସତ। ହେଲେ ସୋଲାରରେ ଚାଲୁଥିବା ଏହି ପ୍ରକଳ୍ପ ଏବେ ଅଚଳ। ସେହିପରି ୨ଟି ନଳକୂଅରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବା ବେଳେ ଅନ୍ୟଟିରୁ ଗୋଳିଆ ପାଣି ବାହାରୁଛି। ଏହାକୁ ସଜାଡ଼ିବାକୁ ପ୍ରଶାସନ ପଦକ୍ଷେପ ନେଉନି। ତେଣୁ ସମସ୍ୟାରେ ପଡ଼ିଛନ୍ତି ସ୍ଥାନୀୟ ଲୋକେ।

Collecting water from the drainନାଳରୁ ଚୁଆ କରି ପାଣି ସଂଗ୍ରହ

ଏନେଇ ୱାର୍ଡମେମ୍ବର ଲବ ଗୌଡ଼ ଓ ଗ୍ରାମବାସୀ ପ୍ରଣତି ଗୌଡ଼, ମାନାମତି ଗୌଡ଼, ଲକ୍ଷ୍ମୀ ଗୌଡ଼, ତୁଲୁସା ଗୌଡ଼ କହିଛନ୍ତି, ବର୍ଷକ ବାରମାସ ପାନୀୟଜଳ ନିମନ୍ତେ ନିକଟସ୍ଥ ନାଳ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ବର୍ଷା ଦିନେ ଗୋଳିଆ ପାଣି ଓ ଖରାଦିନେ ପାଣିର ଉତ୍କଟ ଅଭାବ ସମସ୍ତଙ୍କୁ ଅସହାୟ କରି ଦେଇଥିଲା। ବହୁ କଷ୍ଟରେ ଚୁଆ ଖୋଳି ପାଣି ସଂଗ୍ରହ କରିବାକୁ ପଡ଼ୁଥିଲା। ତାହା ମଧ୍ୟ ପିଇ ଗ୍ରାମବାସୀ ବିଭିନ୍ନ ପ୍ରକାର ରୋଗରେ ପଡ଼ୁଥିଲେ।

Advertisment
No waterଟ୍ୟାପ୍‌ ଲାଗିଥିଲେ ବି ପାଣି ଆସୁନି।

ଗାଁରେ ପାଣିର ସୁବିଧା କରିଦେବାକୁ ଅନେକ ଥର ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ ହୋଇଥିଲା। କିଛି ବର୍ଷ ତଳେ ବସିଥିବା ସୋଲାର ୱାଟର ହେଡ୍ ଟାଙ୍କି ଅଚଳ ହୋଇପଡ଼ିଛି। ନଳକୂଳ ବସିଥିଲେ ହେଁ ପାଣି ବାହାରୁନି। ଗାଁରେ ପାଇପ୍‌ ପାଣି ନିମନ୍ତେ ଟ୍ୟାପ୍ ଲାଗିଛି, ହେଲେ ପାଣି ଆସୁନି। ଲୋକେ ଖୁବ୍ କଷ୍ଟ ପାଉଥିଲେ। ତେଣୁ ଶେଷରେ ଏକାଠି ହୋଇ କୂଅ ଖୋଳିବାକୁ ପଦକ୍ଷେପ ନେଇଥିଲେ। କୂଅ ଖୋଳିବା ନିମନ୍ତେ ଗାଁ ଲୋକେ ଅର୍ଥ ଚାନ୍ଦା କରି ଏକାଠି କରିଥିଲେ। ନିଜସ୍ୱ ଶ୍ରମ ମଧ୍ୟ ଦେଇଥିଲେ।

Defunct water projectଅଚଳ ପାନୀୟଜଳ ପ୍ରକଳ୍ପ

ଏବେ କୂଅରୁ ସଫା ପାଣି ବାହାରୁଛି। ଲୋକେ ନିଜର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ କୂଅ ପାଖରେ ଭିଡ଼ କରୁଛନ୍ତି। ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ସରକାର ଲୋକଙ୍କ ଦୁଃଖକୁ ସମାଧାନ କରିବାକୁ ମନ ନଦେବା ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। 

ତେବେ ଏହି କୂଅ ପାଣି ସେମାନଙ୍କ ପିଇବା ପାଇଁ କେତେ ଉପଯୁକ୍ତ ଜଣାପଡ଼ି ନ ଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ମତାମତ ମଧ୍ୟ ଏନେଇ ମିଳିପାରିନି।

Tribal Issues