Advertisment

ନିୟତିର ଅଦ୍ଭୁତ ବିଚାର, ଖୁସିର ଦୀପଟିକୁ ଲିଭେଇ ଦେଲା

ଜୟପୁର (ଟି.ଗୌରୀ ଶଙ୍କର): ନିୟତିର ଅଦ୍ଭୁତ ବିଚାର। ଜୀବନର ଚଲାପଥରେ ଯନ୍ତ୍ରଣାର ବୋଝ ସହି ଖୁସିର ଦୁନିଆକୁ ପାଦ ବଢ଼ାଉ ଥିବା ବେଳେ ଦାଉ ସାଜିଲା ଦୈବ। ଉଜାଡ଼ି ଦେଲା ସୁଖର ସଂସାର।  ବାହାଘରକୁ କେଇଟା ଦିନ ଯାଇନି ମହାମାରୀ କରୋନା ନେଇଗଲା ଆରପାରିକୁ। ଆଉ ସେପଟେ ପାଦର ଅଳତା ଲିଭିବା ପୂର୍ବରୁ ଲିଭିଗଲା ନବବଧୂଙ୍କ ମଥାର ସିନ୍ଦୂର। ଜୟପୁର ସହର ପାଓ୍ୱାର ହାଉସ କଲୋନୀର ଏମ.ହେମଗିରିଙ୍କ ଜୀବନ ଦୀପ ଏମିତି ଲିଭି ଯିବା ପରେ ଏବେ […]

ଅଦ୍ୟତନ ହୋଇଛି
ନିୟତିର ଅଦ୍ଭୁତ ବିଚାର, ଖୁସିର ଦୀପଟିକୁ ଲିଭେଇ ଦେଲା

790

Advertisment

ଜୟପୁର (ଟି.ଗୌରୀ ଶଙ୍କର): ନିୟତିର ଅଦ୍ଭୁତ ବିଚାର। ଜୀବନର ଚଲାପଥରେ ଯନ୍ତ୍ରଣାର ବୋଝ ସହି ଖୁସିର ଦୁନିଆକୁ ପାଦ ବଢ଼ାଉ ଥିବା ବେଳେ ଦାଉ ସାଜିଲା ଦୈବ। ଉଜାଡ଼ି ଦେଲା ସୁଖର ସଂସାର।  ବାହାଘରକୁ କେଇଟା ଦିନ ଯାଇନି ମହାମାରୀ କରୋନା ନେଇଗଲା ଆରପାରିକୁ। ଆଉ ସେପଟେ ପାଦର ଅଳତା ଲିଭିବା ପୂର୍ବରୁ ଲିଭିଗଲା ନବବଧୂଙ୍କ ମଥାର ସିନ୍ଦୂର। ଜୟପୁର ସହର ପାଓ୍ୱାର ହାଉସ କଲୋନୀର ଏମ.ହେମଗିରିଙ୍କ ଜୀବନ ଦୀପ ଏମିତି ଲିଭି ଯିବା ପରେ ଏବେ ପରିବାରକୁ ମାଡ଼ି ଆସିଛି ଘନ ଅନ୍ଧକାର। ପିଲାଟି ବେଳୁ ବାପାଙ୍କୁ ହରାଇ ପରିବାରର ବୋଝ ସମ୍ଭାଳି ନିଜେ ସ୍ୱାବଲମ୍ବୀ ହୋଇ ନୂ‌ଆ ଜୀବନ ଆରମ୍ଭ କରିଥିଲେ।

Advertisment

ଗତ ମେ’ ୨୧ତାରିଖରେ କରୋନା କଟକଣା ମଧ୍ୟରେ ଏମ.ହେମଗିରିଙ୍କ ବାହାଘର ହୋଇଥିଲା। ହେଲେ ବିଧିର ବିଧାନ ଏମିତି ଯେ ବାହାଘରର ତିନି ଦିନ ପରେ କରୋନା ସଂକ୍ରମିତ ହୋଇ ଜୟପୁର କୋଭଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  କୋଭିଡ ହସ୍ପିଟାଲରେ ଥାଇ ଚିକିତ୍ସା ହେଉଥିଲେ ବି ଅକ୍ସିଜେନ ସ୍ଥର କମୁଥିବାରୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ଦୀର୍ଘ ୧୫ଦିନ ଧରି ଜୀବନ ମରଣ ସହ ସଂଘର୍ଷ କରୁଥିଲେ । ଆଉ ଶେଷରେ ଜୀବନ ହାରିଲେ ହେମଗିରି। ଜୀବନ ସାରା ସଂଘର୍ଷ  କରିବା ପରେ ଶେଷରେ ଏପରି ଅକାଳରେ ବିୟୋଗ ପରିବାର ପାଇଁ ଦୁଃଖ ଆଣି ଦେଇଛି। ବନ୍ଧୁ ବାନ୍ଧବ ସଂପର୍କୀୟଙ୍କୁ ସ୍ତବ୍ଧ କରିଦେଇଛି ତାଙ୍କ ନିଧନ ଘଟଣା।

ହେମଗିରି ପିଲାଟି ବେଳୁ ହିଁ ବାପ ଛେଉଣ୍ଡ ଥିଲେ। ବହୁତ କଷ୍ଟରେ ପରିବାର ପରିପୋଷଣ କରୁଥିଲେ।  ହେମଗିରି ବିଭିନ୍ନ ସ୍ଥାନରେ କାମ କରିବା ପରେ ନିଜେ ଅଟୋ ଚଲାଇ ପରିବାର ପୋଷଣ କରିବା ସହ ଭଉଣୀଙ୍କୁ ବାହାଘର କଲେ। ଗତ ତିନି ବର୍ଷ ତଳେ  ଘରୋଇ ବ୍ୟାଙ୍କରୁ ଋଣ ଆଣି ନୂତନ ଘର ନିର୍ମାଣ କରିଥିଲେ। ହେଲେ ଗତ ଦୁଇ ବର୍ଷ ଧରି ମହାମାରୀ  ପ୍ରକୋପରେ ଆର୍ଥିକ ସ୍ଥିତି ଦୋହଲାଇ ଦେଇଥିଲା । ଯାହାକି ଋଣ ସୁଝିବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ  ହେମଗିରି। ଆଉ ଶେଷରେ ଚାଲିଗଲେ।  ଏପରି ଅକାଳ ମୃତ୍ୟୁରେ ନବବଧୂ ଏ.ପଦ୍ମା ଓ  ମା’ କିପରି ଚଳିବେ ତାହା ଏବେ ଚିନ୍ତାର କାରଣ ଡୋଇଛି।  ସେମିତି  କରୋନା ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସହ ଘର ଓ ବାହାଘର ପାଇଁ ଆଣିଥିବା ଋଣ କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପରିବାର ଲୋକ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe