Koraput
Advertisment
କିରଣ୍ଡୁଲରୁ ବିଶାଖାପାଟଣା ଯାଇଥିବା କୋଇଲା ବୋଝେଇ ମାଲ୍ ଗାଡ଼ିର ୬ଟି ବଗି ଲାଇନଚ୍ୟୁତ ହୋଇଛି। କୋରାପୁଟ ରେଳ ଷ୍ଟେସନଠାରୁ ୬ କିମି ଦୂର ଶୁକୁ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଫଳରେ ଜଗଦଲପୁରରୁ ବିଶାଖାପାଟଣା ଓ ବିଶାଖାପାଟଣାରୁ ଜଗଦଲପୁର ମଧ୍ୟରେ ଟ୍ରେନ ବାତିଲ କରାଯାଇଛି।
Advertisment
ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। କାରଣ ଖୋଜିବା ପାଇଁ ଏକ ବିଶେଷଜ୍ଞ ଦଳ ଘଟଣା ସ୍ଥଳକୁ ଯାଉଥିବା ଜଣାପଡ଼ିଛି।
ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Koraput_1676627598.jpeg)