Advertisment

କୋଟିଆ କମ୍ପିଟିସନ୍‌ରେ ଆନ୍ଧ୍ର ଫାଷ୍ଟ: ଓଡ଼ିଶାର ୫୦୦, ଆନ୍ଧ୍ରର ୨୨୫୦

କୋରାପୁଟ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିଆ ପ୍ରସଙ୍ଗରେ ଆଜି କଟକରେ ଆଡଭୋକେଟ ଜେନେରାଲଙ୍କ ସହ ‌ଆଲୋଚନା କରିଛନ୍ତି କୋରାପୁଟ ଏଡିଏମ୍ ଓ ସରକାରୀ ଓକିଲ । ଆଇନଗତ ଲଢେଇରେ କେମିତି ଆନ୍ଧ୍ରକୁ ଚେକ୍ ଦେବେ ସେନେଇ ହୋଇଛି ଅଙ୍କକଷା । କୋଟିଆରେ ପଶି ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନ ବନ୍ଦ କରିବା ଓଡ଼ିଶା ସରକାରଙ୍କର ରହିବ ପ୍ରାଥମିକତା । ଏଥିପାଇଁ ସୁପ୍ରିମକୋର୍ଟରେ ଖୁବଶୀଘ୍ର ଓଡ଼ିଶା ସରକାର ଆବେଦନ କରିପାରନ୍ତି ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ […]

ଅଦ୍ୟତନ ହୋଇଛି
କୋଟିଆ କମ୍ପିଟିସନ୍‌ରେ ଆନ୍ଧ୍ର ଫାଷ୍ଟ: ଓଡ଼ିଶାର ୫୦୦, ଆନ୍ଧ୍ରର ୨୨୫୦

uio

Advertisment

କୋରାପୁଟ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟିଆ ପ୍ରସଙ୍ଗରେ ଆଜି କଟକରେ ଆଡଭୋକେଟ ଜେନେରାଲଙ୍କ ସହ ‌ଆଲୋଚନା କରିଛନ୍ତି କୋରାପୁଟ ଏଡିଏମ୍ ଓ ସରକାରୀ ଓକିଲ । ଆଇନଗତ ଲଢେଇରେ କେମିତି ଆନ୍ଧ୍ରକୁ ଚେକ୍ ଦେବେ ସେନେଇ ହୋଇଛି ଅଙ୍କକଷା । କୋଟିଆରେ ପଶି ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନ ବନ୍ଦ କରିବା ଓଡ଼ିଶା ସରକାରଙ୍କର ରହିବ ପ୍ରାଥମିକତା । ଏଥିପାଇଁ ସୁପ୍ରିମକୋର୍ଟରେ ଖୁବଶୀଘ୍ର ଓଡ଼ିଶା ସରକାର ଆବେଦନ କରିପାରନ୍ତି ବୋଲି ସୂଚନା ମିଳିଛି ।

Advertisment

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେହି ମୁହଁ ଖୋଲିନଥିବା ବେଳେ ବରିଷ୍ଠ ଆଇନଜୀବୀ କହିଛନ୍ତି ସୁପ୍ରିମକୋର୍ଟ ନୁହେଁ ଓଡ଼ିଶା ପାଖରେ କେବଳ ବିକଳ୍ପ ହେଉଛି କେନ୍ଦ୍ର ରାଜ୍ୟ ସରକାର ସୀମା ବିବାଦ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ଆବେଦନ କରିପାରିବେ। ଅନ୍ୟପଟେ ଆଜି ଶିକ୍ଷା ପ୍ରସଙ୍ଗରେ ଓଡ଼ିଶା ଆସିଥିବା ଆନ୍ଧ୍ରର ଗୃହ କମିଟି କହିଛି କୋଟିଆ ନେଇ ଉଭୟ ରାଜ୍ୟ ଆଲୋଚନା କରି ସମାଧାନର ବାଟ ବାହାର କରନ୍ତୁ ।

ଅତେବେ କାହିଁକି ଆନ୍ଧ୍ର ଆଡ଼େ ଢଳୁଛନ୍ତି କୋଟିଆବାସୀ? କଣ ଦେଉଛି ଆନ୍ଧ୍ର? ଓଡ଼ିଶାରୁ ମିଳୁଛି କଣ? ଏହାର ହିସାବ ଗୋଟି ଗୋଟି କରି ଗଣାଇ ଦେଇଛନ୍ତି ଖୋଦ୍  କୋଟିଆ ବାସିନ୍ଦା । ବିଭିନ୍ନ ଭତ୍ତା ବାବଦରେ ଓଡ଼ିଶା ୫ ୦୦ ଟଙ୍କା ଦେଉଥିବା ବେଳେ ଆନ୍ଧ୍ରରୁ ମିଳୁଛି ୨୨୫୦ ଟଙ୍କା । ସ୍କୁଲରେ ନାଁ ଲେଖାଇଲେ ପିଲା ପିଛା ଆନ୍ଧ୍ର ୧୫ ହଜାର ଟଙ୍କା ଦେଉଥିବା ବେଳେ ଓଡ଼ିଶା କେବଳ ମାଗଣାରେ ଦେଉଛି ୟୁନିଫର୍ମ । ଏମିତିକି ଜଙ୍ଗଲ ଜମି ପଟ୍ଟା ଥିବା ବ୍ୟକ୍ତିଙ୍କୁ ୧୩ ହଜାର ୫ଶହ ଟଙ୍କାର ସହାୟତା ଦେଉଛି ଆନ୍ଧ୍ର ।

Advertisment

ସେହିପରି ଓଡ଼ିଶାରେ ମୁଣ୍ଡପିଛା ୫ କିଲୋ ଲେଖାଏଁ ଚାଉଳ ମିଳୁଥିବା ବେଳେ ଆନ୍ଧ୍ର  କୋଟାରେ ପରିବାର ପିଛା ମିଳୁଛି ୩୫ କିଲୋ । ତେଣୁ କୋଟିଆର ଅନେକ ଲୋକେ ଏଥିପ୍ରତି ଆକର୍ଷିତ ହେଉଛନ୍ତି । କୋରାପୁଟର ପୂର୍ବତନ ଜିଲ୍ଲାପାଳ କହିଛନ୍ତି ଆନ୍ଧ୍ରର ଯୋଜନା ବାବଦରେ ଆଗୁଆ ଖବର ରଖି ଓଡ଼ିଶା ତାକୁ କାଉଣ୍ଟର କରିବା ଆବଶ୍ୟକ । ସେହିପରି ସୀମାନ୍ତ ଅଞ୍ଚଳ ପାଇଁ ସରକାର ସ୍ପେଶାଲ ପ୍ରୋଗ୍ରାମ ଜରିଆରେ ଫୋକସ୍ କରିବାକୁ ପରାମର୍ଶ ଦେଇଛନ୍ତି ସମାଜସେବୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe