Advertisment

ଫୁଟିଲା ପଡ଼ୋଶୀଙ୍କ ବନ୍ଧୁକ, ଟଳି ପଡ଼ିଲେ ବୃଦ୍ଧା

ବନ୍ଧୁକର ଟ୍ରିଗର ଉପରେ ବୋଇ କମୁଲଙ୍କ ହାତ ବାଜି ଯିବାରୁ ହଠାତ ଗୁଳି ଫୁଟିଥିଲା। ତାହା ମଞ୍ଜୁଳିଙ୍କ ଦେହରେ ବାଜିବାରୁ ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ।

undefined

Gun

Advertisment

ଅସବାଧାନତା ହେତୁ ଫୁଟିଲା ବନ୍ଧୁକ, ଟଳି ପଡ଼ିଲେ ବୃଦ୍ଧା। ଏପରି ଅସ୍ୱାଭାବିକ ଘଟଣା ଗତକାଲି କୋରାପୁଟ ଜିଲ୍ଲା ପୋଟାଙ୍ଗି ଥାନା ନୂଆଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ମଞ୍ଜୁଳି ଜାନୀ । ବୋଇ କମୁଲୁ ନାମକ ଜଣେ ବ୍ୟକ୍ତିଙ୍କ ଦେଶୀ ବନ୍ଧୁକରୁ ଗୁଳି ଫୁଟିଥିବା ଅଭିଯୋଗ ହୋଇଛି।

Advertisment

ବୋଇ କମୁଲ କିଛି ଦିନ ହେବ ନିଜ ବନ୍ଧୁକ ପଡ଼ୋଶୀ ମଞ୍ଜୁଳିଙ୍କ ଘରେ ରଖିଥିଲେ । ଆଗକୁ ଚୈତ୍ର ମାସରେ ଆଦିବାସୀମାନେ ନିଜ ଅସ୍ତ୍ର ପୂଜା କରି ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଯାଇଥାନ୍ତି। ତେଣୁ  ବୋଇ କମଲ ନିଜ ବନ୍ଧୁକ ପୂଜା କରିବା ନିମନ୍ତେ ମଞ୍ଜୁଳିଙ୍କ ଘରୁ ବାହାର କରୁଥିଲେ। ବନ୍ଧୁକ ଆଣିବା ସମୟରେ ଏହି ଅଘଟଣ ଘଟିଛି। 

 ବନ୍ଧୁକର ଟ୍ରିଗର ଉପରେ ବୋଇ କମୁଲଙ୍କ ହାତ ବାଜି ଯିବାରୁ ହଠାତ ଗୁଳି ଫୁଟିଥିଲା। ତାହା ମଞ୍ଜୁଳିଙ୍କ ଦେହରେ ବାଜିବାରୁ ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ କୋରାପୁଟ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ମଞ୍ଜୁଳିଙ୍କ ପୁଅଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଗତକାଲି ବୋଇ କମୁଲଙ୍କୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ।  

ଏହି ଘଟଣାରେ ପୁଲିସ କମୁଲୁଙ୍କୁ ଅଟକ ରଖି ତନାଘନା ଚଳାଇଛି।

Deadbody Koraput Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe